‘ଏନପିସିଆଇ’ର ସ୍ପଷ୍ଟୀକରଣ, ସାଧାରଣ ୟୁପିଆଇ କାରବାର ଉପରେ କୌଣସି ଚାର୍ଜ ଲାଗିବ ନାହିଁ

ନୂଆଦିଲ୍ଲୀ: ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ବୁଧବାର ଏକ ସ୍ପଷ୍ଟୀକରଣ ଦେଇ କହିଛି ଯେ ବ୍ୟାଙ୍କ ଆକାଉଣ୍ଟ ଆଧାରିତ ୟୁପିଆଇ ପେମେଣ୍ଟ କିମ୍ବା ସାଧାରଣ ୟୁପିଆଇ ପେମେଣ୍ଟ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ।

‘ପ୍ରି-ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ (ପିପିଆଇ)’ ମାଧ୍ୟମରେ ବ୍ୟବସାୟୀଙ୍କ ମଧ୍ୟରେ ହେଉଥିବା ଆର୍ଥିକ ନେଣଦେଣ ଉପରେ ହିଁ ଚାର୍ଜ ଲାଗିବ ବୋଲି ଏନପିସିଆଇ କହିଛି। ପିପିଆଇ ମାଧ୍ୟମରେ ୨,୦୦୦ରୁ ଅଧିକ ଟଙ୍କା ୟୁପିଆଇ କାରବାର ଉପରେ ୧.୧ ପ୍ରତିଶତ ଶୁଳ୍କ ଆଦାୟ କରାଯିବ | ପିପିଆଇକୁ ୟୁପିଆଇ ଅଧୀନକୁ ଆଣିବାକୁ ଏନପିସିଆଇ ଅନୁମତି ଦେଇଛି । ତେବେ ସାଧାରଣ ଗ୍ରାହକମାନଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ |

ଏନପିସିଆଇ ସ୍ପଷ୍ଟ କରିଛି ଯେ, “ଏହି ଇଣ୍ଟରଚେଞ୍ଜ ଚାର୍ଜ କେବଳ ପିପିଆଇ ବଣିକ କାରବାର ଉପରେ ଲାଗିବ, ଗ୍ରାହକଙ୍କ ଠାରୁ କିଛି ଶୁଳ୍କ ଆଦାୟ କରାଯିବ ନାହିଁ। ଏହାଛଡ଼ା ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଆଉ ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ ୟୁପିଆଇ ପେମେଣ୍ଟ (ସାଧାରଣ ୟୁପିଆଇ ପେମେଣ୍ଟ) ଉପରେ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ।

ୟୁପିଆଇ ସହିତ ପିପିଆଇର ମିଶ୍ରଣ ପରେ, ଗ୍ରାହକମାନେ ଯେକୌଣସି ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରିବାର ବିକଳ୍ପ ପାଇବେ ।

Comments are closed.