ଓଡ଼ିଆବଢୁଛି ମହଙ୍ଗା ବୋଝ, ଖୁଚୁରା ମୁଦ୍ରାସ୍ଫୀତି ଚାରି ମାସରେ ସର୍ବାଧିକ
ନୂଆଦିଲ୍ଲୀ: ଖୁଚୁରା ମୁଦ୍ରାସ୍ଫୀତିର ଊର୍ଦ୍ଧ୍ବଗତି ଧାରା ଜାରି ରହିଛି। ପନିପରିବା, ଡାଲି ଏବଂ ମସଲା ଆଦି ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଯୋଗୁଁ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୬୯ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ଚାରି ମାସରେ ଖୁଚୁରା ମୁଦ୍ରାସ୍ଫୀତିର ଏହା ହେଉଛି ସର୍ବାଧିକ ସ୍ତର। ନଭେମ୍ବର ୨୦୨୩ରେ ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ୫.୫୫ ପ୍ରତିଶତ ଏବଂ ଡିସେମ୍ବର ୨୦୨୨ରେ ୫.୭୨ ପ୍ରତିଶତ ଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ତଥ୍ୟ ଅନୁଯାୟୀ, ଖାଦ୍ୟ [...]
ଓଡ଼ିଆଦେଶରେ କରୋନାର ଜେଏନ୍.୧ ସବ୍ ଭାରିଆଣ୍ଟ୍ ମାମଲା ୧୦୦୦ ଟପିଲା
ନୂଆଦିଲ୍ଲୀ: ଦେଶରେ କରୋନା ଜେଏନ୍.୧ ସବ୍ ଭାରିଆଣ୍ଟର ମାମଲା ୧୦୦୦ ଟପିଛି । ଏହି ଭାରିଆଣ୍ଟ୍ ରିପୋର୍ଟ ହୋଇଥିବା ୧୭ଟି ରାଜ୍ୟ ତାଲିକାରେ ଏବେ ଉତ୍ତର ପ୍ରଦେଶ ବି ସାମିଲ ହୋଇଛି । କେନ୍ଦ୍ର ସରକାରଙ୍କ ‘ଇଣ୍ଡିଆନ ସାର୍ସ କୋଭ୍-୨ ଜେନୋମିକ୍ସ କନ୍ସୋର୍ଟିୟମ୍ (ଆଇଏନ୍ଏସ୍ଏସିଓଜି)’ ଏହି ସୂଚନା ଦେଇଛି। ଆଇଏନ୍ଏସ୍ଏସିଓଜି ତଥ୍ୟ ଅନୁଯାୟୀ କର୍ଣ୍ଣାଟକରେ ସର୍ବାଧିକ ୨୧୪ ଜେଏନ୍.୧ ମାମଲା ରିପୋର୍ଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୧୭୦, କେରଳରେ ୧୫୪, ଆନ୍ଧ୍ରପ୍ରଦେଶରେ ୧୮୯, ଗୁଜରାଟରେ ୭୬ ଏବଂ ଗୋଆରେ [...]
ଓଡ଼ିଆଗୋଦାମ ଗୃହ ନିର୍ମାଣ ନିମନ୍ତେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ
ଭୁବନେଶ୍ୱର – ରାଜ୍ୟରେ ସମବାୟ ସମିତି ଜରିଆରେ ବିଶ୍ଵର ବୃହତ୍ତମ ଶସ୍ୟ ଭଣ୍ଡାର ଯୋଜନାରେ ଗୋଦାମ ଗୃହ ନିର୍ମାଣ ନିମନ୍ତେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି । ସମବାୟ ନିବନ୍ଧକ ଉଦ୍ଧବ ଚରଣ ମାଝିଙ୍କ ଉପସ୍ଥିତିରେ ନିର୍ମାଣକାରୀ ସଂସ୍ଥା ତଥା ଜାତୀୟ ନିର୍ମାଣ ନିଗମ- ଏନବିସିସି , ସମ୍ପୃକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ – ସିସିବି ଏବଂ ପ୍ରାଥମିକ କୃଷି ସମବାୟ ସମିତି – ପିଏସିଏସ, ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ସହିତ ତ୍ରିପାକ୍ଷୀୟ [...]
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ କାର୍ଯ୍ୟ ପାଇଁ ଆଚାର୍ଯ୍ୟ ବରଣ ନୀତି ସମ୍ପନ୍ନ, ଏଣେ ଲୋକାର୍ପଣ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର
ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆସନ୍ତା ୧୫ରୁ ଆରମ୍ଭ ହେବାକୁ ଥିବା ତ୍ରିଦିନାତ୍ମକ ଯଜ୍ଞ କାର୍ଯ୍ୟ ପାଇଁ ଆଜି ଆଚାର୍ଯ୍ୟ ବରଣ ହୋଇଛି। ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଆଚାର୍ଯ୍ୟ ବରଣ ନୀତି ସମ୍ପନ୍ନ ହୋଇଛି। ଆଚାର୍ଯ୍ୟ ବରଣ ନୀତ ପରେ ଗଜପତି ମହାରାଜ କହିଛନ୍ତି ଯେ, ପ୍ରଶାସନ ଦ୍ୱାରା କରାଯାଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଭଲ କାମ। ଜଗନ୍ନାଥ ମହାପ୍ରଭୁ ସବୁ ଅସମ୍ଭବକୁ ସମ୍ଭବ କରିଛନ୍ତି। ଚତୁଃପାର୍ଶ୍ୱରେ କୋଠାବାଡ଼ି [...]
ଓଡ଼ିଆନିର୍ବାଚନ କମିଶନଙ୍କ ‘ନ୍ୟାସନାଲ ଆଇକନ୍’ ପଦରୁ ଇସ୍ତଫା ଦେଲେ ପଙ୍କଜ ତ୍ରିପାଠୀ
ନୂଆଦିଲ୍ଲୀ: ଅଭିନେତା ପଙ୍କଜ ତ୍ରିପାଠୀ ନିର୍ବାଚନ କମିଶନଙ୍କ ‘ନ୍ୟାସନାଲ ଆଇକନ୍’ ପଦରୁ ସ୍ବେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି। ‘ମେଁ ଅଟଳ ହୁଁ’ ଚଳଚ୍ଚିତ୍ରରେ ଜଣେ ରାଜନେତା ଭୂମିକାରେ ଅଭିନୟ କରୁଥିବାରୁ ସେ ନିର୍ବାଚନ କମିଶନଙ୍କ ‘ନ୍ୟାସନାଲ ଆଇକନ୍’ ଦାୟିତ୍ଵ ଛାଡ଼ି ଦେଇଛନ୍ତି। ରବି ଯାଦବଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମେଁ ଅଟଳ ହୁଁ’ରେ ତ୍ରିପାଠୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ଟ୍ରେଲର ରିଲିଜ ହେବା ପୂର୍ବରୁ ସେ [...]
ଓଡ଼ିଆକୃଷି ଓଡ଼ିଶା -୨୦୨୪କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଏଥର ଫୋକସରେ ‘ମହିଳା କୃଷକ’
ଭୁବନେଶ୍ବର – ଜନତା ମଇଦାନରେ କୃଷି ଓଡ଼ିଶା-୨୦୨୪କୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିଠାରୁ ୧୪ ଯାଏଁ ତିନି ଦିନ ଚାଲିବ ଏହି କାର୍ଯ୍ୟ କ୍ରମ । କୃଷି ଓଡ଼ିଶା ୨୦୨୪କୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷିରେ ମହିଳାଙ୍କ ଭାଗିଦାରୀ ଓଡ଼ିଶାର କୃଷିକୁ ସମୃଦ୍ଧ କରିପାରିଛି । ‘କୃଷି ଓଡ଼ିଶା-୨୦୨୪’ର ବିଷୟବସ୍ତୁ ରହିଛି ‘କୃଷି ପ୍ରଗତିରେ ମହିଳା’ । ଏଥରର ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରଯରେ କୃଷିକୁ ଅଧିକ ଲାଭଦାୟୀ କରିପାରିଥିବା ମହିଳା କୃଷକଙ୍କ [...]
ଓଡ଼ିଆପ୍ରେସକ୍ରିପସନ ସ୍ପଷ୍ଟ ଭାବେ ଲେଖିବାକୁ ଡାକ୍ତରମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର – ହାଇକୋର୍ଟଙ୍କ ନିର୍ଦ୍ଦେଶ ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ପ୍ରେସକ୍ରିପସନ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଡାକ୍ତରୀ ଚିଠା, ପିଏମ୍ ରିପୋର୍ଟ ପ୍ରାଞ୍ଜଳ ଭାବେ ଓ ସାଧାରଣ ଲୋକେ ବୁଝିପାରିବା ଭଳି ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ୟାପିଟାଲ ଲେଟର, ଟାଇପ୍ କିମ୍ବା ଗୋଲ୍ ଗୋଲ୍ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲେଖା ଏମିତି ହେବା ଦରକାର ଯେମିତି କିଛି ସଂଶୟ ଉପୁଜୁନଥିବ ବୋଲି ନିର୍ଦ୍ଦେଶନାମାରେ ଲେଖାଯାଇଛି। ଡାକ୍ତରଙ୍କ [...]
ଓଡ଼ିଆଆନ୍ତଃଧର୍ମ ଦମ୍ପତିଙ୍କୁ ଆକ୍ରମଣ ଘଟଣାରେ ନୂଆ ମୋଡ଼, ଅଭିଯୁକ୍ତଙ୍କ ବିରୋଧରେ ଗଣବଳାତ୍କାର ମାମଲା ରୁଜୁ
ହାବେରୀ (କର୍ଣ୍ଣାଟକ): ହୋଟେଲ ରୁମରେ ପଶି ଆନ୍ତଃଧର୍ମର ଦମ୍ପତିଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ଗଣ ବଳାତ୍କାର କେସ୍ ରୁଜୁ ହୋଇଛି। ଶୁକ୍ରବାର ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛି, ମହିଳା ଜଣକ ପୋଲିସ ନିକଟରେ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା । ଜାନୁଆରୀ ୮ର ଘଟିଥିବା ଏହି ଘଟଣାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ତିନି ଜଣଙ୍କୁ ଗିରଫ କରାଯାଇଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ଗୁରୁବାର ଅପରାହ୍ନରେ ପୀଡ଼ିତାଙ୍କ [...]
ଓଡ଼ିଆ୨୦୧୮ର ଚାଞ୍ଚଲ୍ୟକର ବ୍ୟାଙ୍କ ଏଜେଣ୍ଟ ହତ୍ୟା ମାମଲାରେ ଡାକ୍ତରଙ୍କୁ ଆଜୀବନ କାରାଦଣ୍ଡାଦେଶ
ବ୍ରହ୍ମପୁର – ବ୍ରହ୍ମପୁରର ବହୁଚର୍ଚ୍ଚିତ ଏଚଡିଏଫସି ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ବ୍ରହ୍ମପୁର ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ ଏହି ଦଣ୍ଡାଦେଶ ଦେବା ସହ ୧୦ ଲକ୍ଷ ଟଙ୍କା ଜୋରିମାନା ବି ଲଗାଇଛନ୍ତି। ଏହି ମାମଲାରେ ଅନ୍ୟ ଦୁଇ ଦୋଷୀଙ୍କୁ ଦୁଇ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ହୋଇଛି। ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ପ୍ରସାଦ ଗୌଡ଼ଙ୍କୁ [...]
ଓଡ଼ିଆଭାରତର ଆଉ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍ ଶତ୍ରୁ ଅବଦୁଲ ସଲାମ ଭୁଟାବିର ମୃତ୍ୟୁ, ସ୍ପଷ୍ଟ କଲା ଜାତିସଂଘ
ନୂଆଦିଲ୍ଲୀ: ଭାରତର ଆଉ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍ ଶତ୍ରୁ ତଥା ଆତଙ୍କବାଦୀ ନିହତ। ପାକିସ୍ତାନର ଏକ ଜେଲରେ ହାଫିଜ ସଇଦର ଘନିଷ୍ଠ ସହଯୋଗୀ ଅବଦୁଲ ସଲାମ ଭୁଟାବିର ମୃତ୍ୟୁ ହୋଇଛି। ଦୁଇ ବର୍ଷ ତଳେ ହିଁ ଭୁଟାବିର ମୃତ୍ୟୁ ଖବର ଆସିଥିଲା, କିନ୍ତୁ ସେତେବେଳେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଏହି ଖବରକୁ ଅସ୍ବୀକାର କରିଥିଲା । କିନ୍ତୁ ବର୍ତ୍ତମାନ ଜାତିସଂଘ ସ୍ପଷ୍ଟ କରିଛି ଯେ ଲସ୍କର-ଏ-ତଇବାର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଅବଦୁଲ ସଲାମ ଭୁଟାବିର ମୃତ୍ୟୁ [...]
