ତାରାତାରିଣୀ ମନ୍ଦିରର ରୂପାନ୍ତରୀକରଣ ଦେଖି ରାଜ୍ୟପାଳ ଅଭିଭୂତ
ବ୍ରହ୍ମପୁର: ଦୁଇଦିନିଆ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟପାଳ ରଘୁବର ଦାସ ଆଜି ଦ୍ବିତୀୟ ଦିନରେ ମା’ ତାରାତାରିଣୀ ପୀଠରେ ପହଞ୍ଚିଥିଲେ। ରାତ୍ରିଯାପନ କରିଥିବା ଗୋପାଳପୁର ସର୍କିଟ ହାଉସରୁ ବାହାରି ସେଠାକାର ଜେଟି ବୁଲି ଦେଖିବା ପରେ ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ତାରାତାରିଣୀ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ଦେବୀ ଦର୍ଶନ ଓ ପୂଜା ଅର୍ଚ୍ଚନା କରିଥିଲେ। ମା’ଙ୍କ ବିଗ୍ରହ ନିକଟରେ ଦୀପ ପ୍ରଜ୍ବଳନ ସହ ପୁଷ୍ପ ଅର୍ପଣ ଭେଟି ଦେଇଥିଲେ ରାଜ୍ୟପାଳ। ମନ୍ଦିରର [...]
ଓଡ଼ିଆପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ : ‘ଭାଷା ହିଁ ଭବିଷ୍ୟତ’ ଟ୍ୟାଗଲାଇନ
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀ ଆସନ୍ତା ଫେବ୍ରୁଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଲୋଗୋ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରି କହିଛନ୍ତି ଯେ ବୁଦ୍ଧିଜୀବୀ, ଗବେଷକ, [...]
ଓଡ଼ିଆଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହେବ | ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଅଧିବେଶନ ହେବ। ଲୋକସଭା ନିର୍ବାଚନ ପୂର୍ବରୁ ସଂସଦର ଏହି ଶେଷ ବଜେଟ୍ ଅଧିବେଶନ ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିବ | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାନୁଆରୀ ୩୧ରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ଏହା ପରେ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ। ସଂସଦର ଏହି ବଜେଟ୍ [...]
ଓଡ଼ିଆହସପିଟାଲରୁ ଡିସଚାର୍ଜ ହେବ ‘ମିରାକଲ୍ ବେବି’
ସମ୍ବଲପୁର – ନବଜାତ ଅବସ୍ଥାରେ ମୃତ୍ୟୁକୁ ମାତ୍ ଦେଇ ଏକ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇ ଭୀମସାରରେ ଚିକିତ୍ସିତ ହେଉଥିବା ଶିଶୁ କନ୍ୟା ବିଜୟିନୀ ଆଜି ଡିସଚାର୍ଜ ହେବ । ଡିସଚାର୍ଜ ପରେ ଶିଶୁ ଗୃହକୁ ଯିବ ବିଜୟିନୀ। ଗତ ମାସେ ହେଲା ଭୀମସାରରେ ବିଜୟିନୀର ଚିକିତ୍ସା କରାଯାଉଥିଲା। ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୧୨ ତାରିଖରେ ସମ୍ବଲପୁର ଜିଲ୍ଲା ଲାରିପାଲି ନିକଟ ଜଙ୍ଗଲର ଏକ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିଲା ବିଜୟିନୀ । ଜନ୍ମ ହେବାର [...]
ଓଡ଼ିଆପନ୍ନୁ ମାମଲାରେ ନିଖିଲ ଗୁପ୍ତାଙ୍କ ବିରୋଧରେ ପ୍ରମାଣ ଦେବାକୁ ମନାକଲା ଆମେରିକା
ନ୍ୟୁୟର୍କ: ଆମେରିକାରେ ଖଲିସ୍ତାନୀ ନେତା ଗୁରୁପତଓ୍ବନ୍ତ ପନ୍ନୁକୁ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କ ବିରୋଧରେ କୋର୍ଟରେ ପ୍ରମାଣ ଦାଖଲ କରିବାକୁ ଆମେରିକା ସରକାର ଆପତ୍ତି ପ୍ରକାଶ କରିଛନ୍ତି । ଆମେରିକା ସରକାର କହିଛନ୍ତି ଯେ ନ୍ୟୁୟର୍କ କୋର୍ଟରେ ହାଜର ନହେବା ପର୍ଯ୍ୟନ୍ତ ଏହି ମାମଲାରେ ନିଖିଲ ଗୁପ୍ତାଙ୍କ ଓକିଲଙ୍କୁ ତଥ୍ୟ ପ୍ରମାଣ ଦିଆଯିବ ନାହିଁ। ଖଲିସ୍ତାନ ନେତା ପନ୍ନୁକୁ ବିଫଳ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ନିଖିଲ ଗୁପ୍ତା ମୁଖ୍ୟ ଅଭିଯୁକ୍ତ ଅଛନ୍ତି । [...]
ଓଡ଼ିଆଗୁଳିକାଣ୍ଡରେ ସମିତି ସଭ୍ୟ ଗୁରୁତର
ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା କେନ୍ଦୁବାଡି ପଞ୍ଚାୟତ ଅଧୀନ ଗରେଇଝୁଳି ଗାଁରେ ବୁଧବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି। ଏଥିରେ ଗୁରୁତର ହୋଇଛନ୍ତି କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ନରେନ୍ଦ୍ର କୁମାର ସ୍ୱାଇଁ। ଏଥିରେ ଆଉ ଜଣେ ତଥା ସମିତି ସଭ୍ଯଙ୍କ ସମ୍ପର୍କୀୟ ଭାଇ ବା ଯୋଗାଣ ସହାୟକ ରାଜେଶ୍ବର ସ୍ୱାଇଁ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ପୂର୍ବ ଶତ୍ରୁତାଜନିତ ଗଣ୍ଡଗୋଳର ସମାଧାନ ଉଦ୍ୟମ ବେଳେ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଗୁରୁତର ନରେନ୍ଦ୍ରଙ୍କୁ [...]
ଓଡ଼ିଆମନି ଲଣ୍ଡରିଂ ମାମଲାରେ ଫାରୁକ୍ ଅବଦୁଲ୍ଲାଙ୍କୁ ଇଡି ନୋଟିସ୍, ଆଜି ଜେରା ପାଇଁ ହେବେ ହାଜର
ଜାମ୍ମୁ: ମନି ଲଣ୍ଡରିଂ ମାମଲାରେ ଇଡି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (ଏନସି) ସଭାପତି ଡକ୍ଟର ଫାରୁକ୍ ଅବଦୁଲ୍ଲାଙ୍କୁ ନୋଟିସ୍ ଜାରି କରିଛି। ତାଙ୍କୁ ଆଜି ଜେରା ହାଜର ହେବାକୁ କହିଛି କେନ୍ଦ୍ରୀୟ ସଂସ୍ଥା। ଏହି ମାମଲାରେ ଅବଦୁଲ୍ଲାଙ୍କ ବିରୋଧରେ ଇଡି ୨୬ ଜୁଲାଇ ୨୦୨୨ରେ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଏହାଛଡ଼ା ଫାରୁକ୍ ଏବଂ ଅନ୍ୟ ଅଭିଯୁକ୍ତଙ୍କ ପ୍ରାୟ ୨୧.୫୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ଜବତ କରାଯାଇଥିଲା। [...]
ଓଡ଼ିଆବୌଦ୍ଧ ବନଖଣ୍ଡରୁ ବାଘ ଛାଲ ଜବତ, ୨ ଗିରଫ
ବୌଦ୍ଧ- ବୌଦ୍ଧ ବନଖଣ୍ଡରୁ ବାଘ ଛାଲ ଜବତ ହୋଇଛି। ବାଘ ଛାଲ ଚାଲାଣ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ବୌଦ୍ଧ ବନଖଣ୍ଡ କଣ୍ଟାମାଳ ବନାଞ୍ଚଳ ଫଟାମୁଣ୍ଡା ଗାଁରୁ ବାଘଛାଲ ଚାଲାଣ ହେଉଥିବା ବେଳେ ବନ ବିଭାଗ ତାହା ଜବତ କରିବା ସହ ୨ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ୨ ଯୁବକ ହେଲେ ଦିବ୍ୟଶଙ୍କର ବଗର୍ତ୍ତୀ ଓ ମୁକେଶ ମନହିରା । ଗାଁର ଏକ ପାଳଗଦାରେ ଦୁର୍ବୃତ୍ତମାନେ ବାଘଛାଲ ଲୁଚାଇ ରଖିଥିଲେ ।ଜବତ ବାଘଛାଲ [...]
ଓଡ଼ିଆଏଟିଏମ ଭାଙ୍ଗି ୨୦ ଲକ୍ଷ ଟଙ୍କା ଲୁଟ୍
ବାଲେଶ୍ବର – ବୋମା ମାଡ଼ କରି ଏଟିଏମ ଲୁଟିଲେ ଦୁର୍ବୃତ୍ତ ।ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ଗତକାଲି ରାତିରେ ଘଟିଛି ଏଭଳି ଘଟଣା। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବୋମାମାଡ଼ କରି ଏକ ଘରୋଇ ବ୍ୟାଙ୍କର ଏଟିଏମ ଲୁଟି ନେଇଛନ୍ତି। ଗ୍ୟାସ କଟରରେ ସେମାନେ ଏଟିଏମ୍ କାଟି ୨୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଲୁଟେରାମାନେ ସିସିଟିଭିକୁ ପୋଡ଼ି ନଷ୍ଟ କରି ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଓଡ଼ିଆଆଜିଠୁ ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍
ମୋହାଲି: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଗୁରୁବାର ପଞ୍ଜାବର ମୋହାଲିରେ ଖେଳାଯିବ। ଟି୨୦ ବିଶ୍ଵକପ ପୂର୍ବରୁ ଏହା ଭାରତର ଅନ୍ତିମ ପ୍ରସ୍ତୁତି ସିରିଜ୍ ହୋଇଥିବା ବେଳେ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଦୀର୍ଘ ୧୪ ମାସ ପରେ ଉଭୟ ରୋହିତ ଓ କୋହଲି ଏକ ଅନ୍ତର୍ଜାତୀୟ ଟି୨୦ ଆଜି ପ୍ରଥମ ଟି୨୦ ଖେଳିବାକୁ ଯାଉଛନ୍ତି। ତେବେ ବ୍ୟକ୍ତିଗତ କାରଣରୁ ବିରାଟ କୋହଲି ପ୍ରଥମ ଟି୨୦ [...]
