ଓଡ଼ିଆପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ
ଭୁବନେଶ୍ୱର – ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ ହୋଇଯାଇଛି । ୯୩ ବର୍ଷ ବୟସରେ ଆଖି ବୁଜିଛନ୍ତି କାକଟପୁରର ପୂର୍ବତନ ବିଜେଡି ବିଧାୟକ । ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ବହୁଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ ସୁରେନ୍ଦ୍ରନାଥ ନାୟକ । କାକଟପୁରରୁ ସେ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡି ସରକାରରେ ସେ କୃଷି, ରାଜସ୍ୱ ଓ ଶିକ୍ଷା ମନ୍ତ୍ରୀ ଥିଲେ। ୧୯୭୭ ମସିହାରେ ସୁରେନ୍ଦ୍ର ନାଥ [...]
ଓଡ଼ିଆକୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଖଳି ପ୍ରସାଦ ଲାଗି ସମ୍ପର୍ଣ୍ଣ
ଆଷାଢ଼ କୃଷ୍ଣ ତ୍ରୟୋଦଶୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ସହ ଖଡ଼ି ପ୍ରସାଦ ଲାଗି ହୋଇଛି l ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉ ମାନଙ୍କୁ ଘଣା ଲାଗି ପରେ ଖଳିଲାଗି ଓ ତତ୍ପରେ ଖଡ଼ି ଲାଗି କରାଯାଇଥିଲା। ଘଣ୍ଟ, ଛତା, କାହାଳି ସହ ଶୁଦ୍ଧ ସୁଆରଙ୍କ ଘରୁ ଖଳିପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରିଥିଲେ। ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଖଳି ପ୍ରଲେପକୁ ରୂପା ପିଂଗଣରେ ରଖି ଦଇତାପତି ସେବକ [...]
ଓଡ଼ିଆଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ଦୋଉ ବର କୁଲ କଠିନ ହଠ ଧାରା । ଭବଁର କୁବରୀ ବଚନ ପ୍ରଚାରା ॥ ଢାହତ ଭୂପରୂପ ତରୁ ମୂଲା । ଚଲୀ ବିପତ୍ତି ବାରିଧି ଅନୂକୂଲା ॥ ଭାବାର୍ଥ :- ଦୁଇଟି ଯାକ ବରଦାନ ସେହି ପାପ ରୂପୀ ନଦୀ ର ଦୁଇ କୁଳ ସଦୃଶ ଆଉ ରାଣୀ କୈକେୟୀଙ୍କ ଜିଦଖୋର କଠୋର ବଚନ ପ୍ରଖର ସ୍ରୋତ ପରି, ପୁଣି କୁବୁଦ୍ଧି କୁବୁଜ୍ଜା ର କୁଟିଳ ପ୍ରେରଣା ପ୍ରଖର [...]
ଓଡ଼ିଆଗୀତା ଉପଦେଶ: ଅବିନାଶି ଆତ୍ମାକୁ କେହି ନଷ୍ଟ କରି ପାରିବେ ନାହିଁ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆତ୍ମାର ପ୍ରକୃତ ସ୍ୱରୂପ ବିଷୟରେ କହୁଛନ୍ତି- ଅବିନାଶି ତୁ ତଦ୍ବିଦ୍ଧି ଯେନ ସର୍ବମିଦଂ ତତମ୍ । ବିନାଶମବ୍ୟୟସ୍ୟାସ୍ୟ ନ କଶ୍ମିତ୍କର୍ତୁମର୍ହତି। ଅର୍ଥାତ୍ ଶ୍ରୀକୃଷ୍ଣ କହୁଛନ୍ତି ଆତ୍ମା ଶରୀରରେ ବ୍ୟାପ୍ତ ରହିଛନ୍ତି। ଆତ୍ମା ର ଚୈତନ୍ୟ ଅଛି। ଶରୀର ଜଡ ପଦାର୍ଥ ଦ୍ଵାରା ଗଠିତ ତେଣୁ ତାହାର ଚେତନା ନାହିଁ। ଆତ୍ମା ଅବିନାଶି ଅଟେ। ସେହି ଅକ୍ଷୟ ଆତ୍ମା କୁ କେହି ନଷ୍ଟ କରି ପାରିବେ ନାହିଁ।
ଓଡ଼ିଆବଲାଙ୍ଗିର ଜିଲ୍ଲାରେ ସମ୍ପୁର୍ଣ୍ଣତା ଅଭିଯାନ ଶୁଭାରମ୍ଭ
ବଲାଙ୍ଗିର : ଜିଲ୍ଲାରେ ଆରମ୍ଭ ହୋଇଛି ସମ୍ପୁର୍ଣ୍ଣତା ଅଭିଯାନ । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୌରୱ ଶିୱାଜୀ ଇସଲୱାର ସକାଳୁ ସମ୍ପୁର୍ଣ୍ଣତା ଅଭିଯାନ ରାଲିକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକ ମାନଙ୍କୁ ନେଇ ଏହି ଅଭିଯାନ ଜୁଲାଇ ପହିଲାରୁ ସେପ୍ଟେମ୍ବର ଶେଷ ଯାଏଁ ଚାଲିବ । ନୀତି ଆୟୋଗଙ୍କ ନିର୍ଦେଶ କ୍ରମେ ୬ ଗୋଟି ସୂଚକାଙ୍କ ମାଧ୍ୟମରେ ମୂଲ୍ୟାଙ୍କନ କରା ଯାଇ ଲୋକ ମାନଙ୍କର ବଞ୍ଚିବାର [...]
ଓଡ଼ିଆରଥ ନିର୍ମାଣ କାର୍ଯ୍ୟର ୫୫ ତମ ଦିବସ , ତିନି ରଥରେ ପାର୍ଶ୍ଵ ଦେବ ଦେବୀ ସଂସ୍ଥାପିତ
ପୁରୀ – ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ରଥ ନିର୍ମାଣର ୫୫ ଦିନରେ ତିନିରଥରେ ପାର୍ଶ୍ଵ ଦେବ ଦେବୀ ସଂସ୍ଥାପିତ ହୋଇଛନ୍ତି। ଆଜି ତିନି ରଥର ମହାରଣା ସେବକ ଏବଂ ଭୋଇ ସେବକମାନେ ମିଶି ତିନି ରଥର ସମ୍ମୁଖ ଭାଗକୁ ଛାଡି ପ୍ରତି ପାର୍ଶ୍ୱରେ ତିନୋଟି ଲେଖାଏଁ ୯ ଗୋଟି ପାର୍ଶ୍ଵ ଦେବ ଦେବୀଙ୍କୁ ଜଳଯନ୍ତ୍ର ଖାପରେ ସେଟିଙ୍ଗ କରି, ଶିଖର ଡମ୍ବରୁ (ଆସ୍ଥାନ) ସଂଯୋଗ କରିଛନ୍ତି। ଚିତ୍ରକାର [...]
ଓଡ଼ିଆସ୍ବଦେଶ ଫେରିଲା ବିଶ୍ବ ଚାମ୍ପିୟନ ଭାରତୀୟ ଟିମ୍, ବର୍ଷା ସତ୍ତ୍ବେ ଉଚ୍ଛ୍ବସିତ ସ୍ୱାଗତ ଜଣାଇଲେ ପ୍ରଶଂସକ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ୍ ଟିମ୍ ଗୁରୁବାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସ୍ବଦେଶ ଫେରିଛନ୍ତି। ଝିପି ଝିପି ବର୍ଷା ସତ୍ତ୍ବେ ଦିଲ୍ଲୀ ବିମାନ ବନ୍ଦରରେ ବହୁ ସଂଖ୍ୟାରେ ପ୍ରଶଂସକ ବିଶ୍ବ ବିଜୟୀ ଭାରତୀୟ ଦଳକୁ ଉଚ୍ଛ୍ବସିତ ସ୍ୱାଗତ ଜଣାଇଥିଲେ । କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ପ୍ରଶଂସକମାନେ ଖେଳାଳିଙ୍କଠାରୁ ଏକ ନିର୍ଦ୍ଦିଷ୍ଟ ଦୂରରେ ରହିଥିଲେ। ବିଶ୍ବ ଚାମ୍ପିୟନ ଭାରତୀୟ ଦଳ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ । ଏହାପରେ ଟିମ୍ [...]
ଓଡ଼ିଆଶ୍ରୀଜୀଉଙ୍କ ଅନନ୍ୟ ପରମ୍ପରା ଶ୍ରୀକ୍ଷେତ୍ରରେ ସମ୍ପର୍ଣ୍ଣ ହୋଇଛି ରାଜ ପ୍ରସାଦ ବିଜେ ନୀତି
ଶ୍ରୀକ୍ଷେତ୍ରରେ ପରମ୍ପରା ଅନୁସାରେ ଗତକାଲି ଶ୍ରୀଜୀଉଙ୍କ ସମ୍ପର୍ଣ୍ଣ ହୋଇଛି ‘ରାଜ ପ୍ରସାଦ ବିଜେ’ ନୀତି। ସ୍ନାନପୁର୍ଣିମା ଠାରୁ ଗତକାଲି କୃଷ୍ଣ ଦ୍ୱାଦଶୀ ପର୍ଯ୍ୟନ୍ତ ଦୀର୍ଘ ଦ୍ଵାଦଶ ଦିନ ବ୍ୟାପି ଚତୁର୍ଦ୍ଧା ବିଗ୍ରହ ଙ୍କ ଚାଲିଥିଲା ଉପଚାର ଅର୍ପଣ ନୀତି। ପ୍ରଭୁ ଜ୍ୱରରେ ପୀଡିତ ଥିଲେ। ଖଳିଲାଗି ଏକାଦଶୀ ତିଥିରେ ଶ୍ରୀଅଙ୍ଗରେ ସୁବାସିତ ଚନ୍ଦନ ଓ ଖଳି ଲାଗି ପରେ ସୁସ୍ଥତା ଅନୁଭବ କରିଛନ୍ତି । ମହାପ୍ରଭୁଙ୍କ ଶରୀର ଅସୁସ୍ଥରେ ଚିନ୍ତିତ ତାଙ୍କର ଆଦ୍ୟ ସେବକ ଗଜପତି ମହାରାଜା। [...]
ଓଡ଼ିଆଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସାସୁ ସସୁର ଗୁର ସେବା କରେହୁ । ପତି ରୁଖ ଲାଖି ଆୟସୁ ଅନୁସରେହୁ ॥ ଅତି ସନେହ ବସ ସଖୀଂ ସୟାନୀ । ନାରି ଧରମ ସିଖବହିଂ ମୃଦୁ ବାନୀ ॥ ଭାବାର୍ଥ :- ଶାଶୁ, ଶସୁର ଆଉ ଗୁରୁଦେବଙ୍କ ସେବା କରିବ । ସ୍ବାମୀଙ୍କ ଆଡକୁ ଚାହିଁ ତାଙ୍କ କହିବା କଥାକୁ ଅନୁପାଳନ କରିବ । ପ୍ରିୟ ଚତୁରୀ ସଖୀମାନେ ମଧ୍ୟ କୋମଳ ଶବ୍ଦରେ ସ୍ତ୍ରୀ – ଧର୍ମ [...]
ଓଡ଼ିଆଗୀତା ଉପଦେଶ : ଆସକ୍ତି ତ୍ୟାଗ ପୂର୍ବକ କର୍ମ କରିବା ଉଚିତ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – କାୟେନ ମନସା ବୁଦ୍ଧ୍ୟା କେବଳୈରିନ୍ଦ୍ରିୟୈରପି। ଯୋଗିନଃ କର୍ମ କୁର୍ବନ୍ତି ସଙ୍ଗଂ ତ୍ୟକ୍ତ୍ୱାତ୍ମଶୁଦ୍ଧୟେ । ଅର୍ଥାତ:- ଯୋଗୀମାନେ ଆସକ୍ତି ତ୍ୟାଗ ପୂର୍ବକ ନିଜର ଶରୀର,ଇନ୍ଦ୍ରିୟ,ମନ ଓ ବୁଦ୍ଧି ଦ୍ୱାରା କେବଳ ଆତ୍ମଶୁଦ୍ଧି ଉଦ୍ଦେଶ୍ୟରେ ସମସ୍ତ କର୍ମ କରିଥାଆନ୍ତି। ( ୫ମ / ୧୧ଦଶ ଶ୍ଲୋକ)
