ମଦର ଟେରେସାଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବିନମ୍ର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର -ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମଦର ଟେରେସାଙ୍କ ଆଜି ଜୟନ୍ତୀରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଦର ଟେରେସା ଥିଲେ ଦୟା ଓ ଅନୁକମ୍ପାର ପ୍ରତୀକ । ସମାଜର ନିଷ୍ପେସିତ ଓ ଅବହେଳିତ ଲୋକଙ୍କ ସେବା ପାଇଁ ମଦର ଟେରେସାଙ୍କ ଅସାଧାରଣ ଉତ୍ସର୍ଗୀକୃତ ମନୋଭାବ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.