ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପାଇଁ ଆଜିଠୁୁ ଅନଲାଇନ୍‌‌ରେ ମିଳିବ ଆଡମିଟ୍ କାର୍ଡ

ଭୁବନେଶ୍ୱର – ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପାଇଁ ଆଜିଠାରୁ ଅନଲାଇନ୍‌‌ରେ ଆଡମିଟ୍‌‌-କାର୍ଡ ଉପଲବ୍ଧ ହେବ। ସାମସ୍‌‌ ଇ-ସ୍ପେସ୍‌‌ରୁ କଲେଜ କର୍ତ୍ତୃପକ୍ଷ ଆଡମିଟ୍‌‌-କାର୍ଡ ଡାଉନ୍‌‌ଲୋଡ୍‌‌ କରିପାରିବେ। ସେଥିରେ କୌଣସି ତ୍ରୁଟି ଥିଲେ, ପରିଷଦକୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କୁ ଆଡମିଟ୍‌ କାର୍ଡ ପ୍ରଦାନ କରିବା ପୂର୍ବରୁ ଅଧ୍ୟକ୍ଷ ଓ ପରୀକ୍ଷାର୍ଥୀଙ୍କ ଦସ୍ତଖତ ସୁନିଶ୍ଚିତ କରିବାକୁ କୁହାଯାଇଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ପରୀକ୍ଷା ଦେବାକୁ ଥିବା ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର୍‌ ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡ ଅନଲାଇନରେ ଉପଲବ୍ଧ ହେବ। ଏନେଇ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆସନ୍ତାମାସ ୨ ତାରିଖରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେଉଛି। ଯୁକ୍ତ ଦୁଇ ଲିଖିତ ପରୀକ୍ଷା ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ ।

Comments are closed.