ଟୋକିଓ ଅଲିମ୍ପିକ୍ସ: ଭାରତକୁ ପଞ୍ଚମ ପଦକ, ରେସଲିଂରେ ରବି କୁମାର ଜିତିଲେ ରୌପ୍ୟ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପଞ୍ଚମ ପଦକ ଦେଇଛନ୍ତି ରେସଲର ରବି କୁମାର ଦହିଆ । ରବି ଆଜି ଅନୁଷ୍ଠିତ ପୁରୁଷ ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲରେ ରବି ରୁଷୀୟ ଅଲିମ୍ପିକ୍ କମିଟି (ଆରଓସି)ର ଜଉର ଉଗୁଏଭ ଙ୍କ ଠାରୁ ୪-୭ରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ନିଜ ପ୍ରଥମ ଅଲିମ୍ପିକ୍ସରେ ରବି ଏହି ସଫଳତା ହାସଲ କରିଛନ୍ତି । ରବିଙ୍କ ରୌପ୍ୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ପାଞ୍ଚରେ ପହଞ୍ଚିଛି । ସୁଶୀଲ କୁମାରଙ୍କ ପରେ ରବି ଦ୍ବିତୀୟ ଭାରତୀୟ ରେସଲର ଭାବେ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ସୁଶୀଲ କୁମାର ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ ।

ଆଜି ପୁରୁଷ ହକି ଟିମ୍ ୪୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା । ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତ ୫-୪ ଗୋଲରେ ଜର୍ମାନୀକୁ ହରାଇ ଏହି ଐତିହାସିକ ସଫଳତା ହାସଲ କରି ଭାରତ ପାଇଁ ଚଳିତ ଅଲିମ୍ପିକ୍ସରେ ଚତୁର୍ଥ ପଦକ ଆଣିଥିଲା ।

 

Comments are closed.