ଲଢେଇ କରି ଅଳ୍ପକେ ହାରିଲେ, ଟୋକିଓ ଅଲିମ୍ପିକ୍ସ ମହିଳା ହକିରେ ଭାରତକୁ ଚତୁର୍ଥ ସ୍ଥାନ

ଟୋକିଓ – ଟୋକିଓ ଅଲିମ୍ପିକ୍ସ ମହିଳା ହକିରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ବ୍ରୋଞ୍ଜ ପଦକ ପାଇଁ ଖେଳାଯାଇଥିବା ମ୍ୟାଚରେ ଭାରତ , ବ୍ରିଟେନଠାରୁ ୩-୪ ଗୋଲରେ ପରାସ୍ତ ହୋଇଛି । ବେଶ ରୋମାଂଚକର ମ୍ୟାଚରେ ଭାରତ ଲଢୁଆ ଖେଳ ପ୍ରଦର୍ଶନ କରିଥିଲା । ଏପରିକି ଭାରତ ୩-୨ରେ ଆଗୁଆ ରହିଥିଲା । କିନ୍ତୁ ଚତୁର୍ଥ କ୍ୱାର୍ଟରରେ ବ୍ରିଟେନ ଆଉ ଗୋଟିଏ ଗୋଲ୍ ସ୍କୋର କରିଥିଲା, ଯାହା କି ଦଳ ପାଇଁ ବିଜୟ ସୂଚକ ଗୋଲ୍ ସାବ୍ୟସ୍ତ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଭାରତୀୟ ମହିଳା ଦଳ କ୍ୱାର୍ଟର ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ମହିଳା ହକିର ସେମିଫାଇନାଲକୁ ଉନ୍ନୀତ ହୋଇଥିଲା ।

ସେମିରେ ଭାରତ ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଅଳ୍ପକେ ଆର୍ଜେଂଟିନାଠାରୁ ପରାସ୍ତ ହୋଇଥିଲା । ଶକ୍ତିଶାଳୀ ଦଳଗୁଡିକ ସହ ଲଢୁଆ ପ୍ରଦର୍ଶନ କରିଥିବାରୁ ଭାରତୀୟ ଦଳକୁ ପ୍ରଶଂସା କରାଯାଇଛି । ମାତ୍ର ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳୁଥିବା ଭାରତୀୟ ମହିଳା ହକି ଦଳର ଚତୁର୍ଥ ସ୍ଥାନରେ ରହିବା ମଧ୍ୟ କମ୍ ବଡ କଥା ନୁହେଁ ।

Comments are closed.