ଟୋକିଓ ଅଲିମ୍ପିକ୍ସ: ରେସଲିଂରେ ଆଉ ଏକ ପଦକ ସମ୍ଭାବନା, ସେମିରେ ପହଞ୍ଚିଲେ ବଜରଙ୍ଗ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ରେସଲିଂରେ ଭାରତକୁ ଆଉ ଏକ ପଦକ ସମ୍ଭାବନା ସୃଷ୍ଟି ହୋଇଛି । ଭାରତୀୟ ରେସଲର ବଜରଙ୍ଗ ପୁନିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗର କ୍ୱାର୍ଟର ଫାଇନାଲରେ ବଜରଙ୍ଗ ଇରାନର ମୁର୍ତାଜା ଜିଆସିଙ୍କୁ ପରାସ୍ତ କରିଛନ୍ତି। ଏହା ପୂର୍ବରୁ ସେ ପ୍ରି-କ୍ୱାର୍ଟର ଫାଇନାଲରେ କିର୍ଗିଜସ୍ଥାନର ଅର୍ଣ୍ଣଜର ଆକମାତାଲିଭଙ୍କୁ ପରାସ୍ତ କରିଥିଲେ।

ଗୁରୁବାର ରବି କୁମାର ଦହିଆ ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗରେ ରୌପ୍ୟ ପଦକ ଜିତିଥିଲେ । ଚଳିତ ଅଲିମ୍ପିକ୍ସରେ ଏହା ଭାରତ ପାଇଁ ପ୍ରଥମ ରେସଲିଂ ପଦକ ତଥା ଓଭରଅଲ୍ ପଞ୍ଚମ ପଦକ ଥିଲା । ସୁଶୀଲ କୁମାରଙ୍କ ପରେ ରବି କୁମାର ଭାରତର ଦ୍ଵିତୀୟ ରେସଲର ଭାବେ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ ।

Comments are closed.