ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିଏମଓ କିରାଣୀ

ନୂଆପଡା –ଲାଞ୍ଚ ନେବା ବେଳେ ଭିିଜିଲାନ୍ସ ହାତରେ ଧରାପଡିଛନ୍ତି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିରାଣୀ ପ୍ରତିମା ଦାସ । ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଚାକିରି ନିୟମିତ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ଭିିଜିଲାନ୍ସ ତାଙ୍କୁ ଧରିଥିଲା । ସଂପୃକ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାମୀ ଭିଜିଲାନ୍ସକୁ ସୂଚନା ଦେଇଥିଲେ । ନବରଙ୍ଗପୁର, ମାଲକାନଗିରି,କଳାହାଣ୍ଡି ଓ ନୂଆପଡା ଭିଜିଲାନ୍ସ ଟିମ୍ କିରାଣୀ ପ୍ରତିମା ଦାସଙ୍କୁ ଲାଞ୍ଚ ନେବା ବେଳେ ଧରିବା ସହ ତାଙ୍କ ଭ୍ୟାନିଟି ବ୍ୟାଗ୍ ଓ ଅଫିସର ବିଭିନ୍ନ କାଗଜପତ୍ର ଯାଞ୍ଚକରିଥିଲେ ।

Comments are closed.