ଏମକେସିଜିରୁ ଚିକିତ୍ସାଧୀନ କଏଦୀ ଫେରାର

ବ୍ରହ୍ମପୁର – ଏମକେସିିଡି ମେଡିକାଲ କଲେଜ ଓ ହସପିଟାଲର କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣେ କଏଦୀ ଫେରାରେ ହୋଇଯାଇଛି । ଆଜି ଭୋରର କଏଦୀ ଡଣକ ଚମ୍ପଟ ମାରିଛି । ଫେରାର କଏଦୀ ଜଣକ ହେଲେ ୩୭ ବର୍ଷିୟ କୀର୍ତ୍ତି ସିଂହ । ସେ ବାଲିଗୁଡା ଉପ କାରାଗାରରେ ଥିଲେ । କୋଭିଡ ପଜିଟିଭ ଚିହ୍ନଟ ହେଲା ପରେ ତାଙ୍କୁ ଅଗଷ୍ଟ ପହିଲାରେ ଏମକେସେଜି କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ବେଳେ ପୋଲିସର କଡା ନଜର ଥିଲେ ମଧ୍ୟ କଏଦୀ ଜଣକ କିପରି ହସପିଟାଲରୁ ଫେରାର ହେଲେ , ତାହା ବଡ ପ୍ରଶ୍ନ ହୋଇଛି । ବୈଦ୍ୟନାଥପୁର ଥାନାରେ ଏ ନେଇ ମାମଲା ରୁଜୁ କରାଯାଇଛି ।

Comments are closed.