ସରକାରୀ ଗାଡିରୁ ହିସାବ ବହିର୍ଭୂତ ନଗଦ ଟଙ୍କା ଜବତ ପରେ ସିଡିଭିଓଙ୍କ ବିରୋଧରେ ଭିଜିଲାନ୍ସ ଚଢାଉ

ନୂଆପଡା – ଭିଜିଲାନ୍ସ ଜାଲରେ ଫସିଲେ ନୂଆପଡା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ –ସିଡିଭିଓ ତ୍ରିଲୋଚନ ଧଳ । ଧଳଙ୍କ ଗାଡିରୁ ୨ ଲକ୍ଷ ୭୭ ହଜାର ଟଙ୍କା ଜବତ ହେଲା ପରେ ଭିଜିଲାନ୍ସ ଚଢାଉ ହୋଇଛି । ତାଙ୍କ କାର୍ଯ୍ୟାଳୟ, ସରକାରୀ ଘର ଓ କଟକର ନରାଜ ସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ଚଢାଉ ହୋଇଛି । ସରକାରୀ ଗାଡିରେ ଯାଉଥିବା ବେଳେ ସିଡିଭିଓ ତ୍ରିଲୋଚନ ଧଳଙ୍କଠାରୁ ଟଙ୍କା ଜବତ ହୋଇଥିଲା । ତେବେ, ସେ ଏହି ଟଙ୍କାର ହିସାବ ଦେଇ ପାରି ନ ଥିଲେ ।

Comments are closed.