ନୀରଜ ଚୋପ୍ରାଙ୍କ ପାଇଁ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କଲା ଚେନ୍ନାଇ ସୁପରକିଙ୍ଗ୍ସ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନୀରଜ ଚୋପ୍ରାଙ୍କ ଉପରେ ଧନ ବର୍ଷା ଜାରି ରହିଛି। ପାନିପତର ଏହି ଷ୍ଟାର ଆଥଲେଟଙ୍କୁ ହରିୟାଣା ସରକାର ୬ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏହାଛଡ଼ା ନୀରଜ ରାଜ୍ୟ ସରକାରଙ୍କ ଏ-୧ କାଟେଗୋରୀ ଚାକିରି ମଧ୍ୟ ପାଇବେ। ହରିୟାଣା ସରକାରଙ୍କ ବ୍ୟତୀତ ଆଇପିଏଲ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି। ବିସିସିଆଇ ମଧ୍ୟ ଭାରତୀୟ କ୍ରୀଡାର ଏହି ନୂଆ ସୁପରଷ୍ଟାରଙ୍କୁ କୋଟିଏ ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛି ।

ଏହାଛଡ଼ା ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ନୀରଜଙ୍କ ସମ୍ମାନରେ ଏକ ସ୍ୱତନ୍ତ୍ର ଜର୍ସି ନମ୍ବର ୮୭୫୮ ଜାରି କରିବାକୁ ଘୋଷଣା କରିଛି | ସୂଚନାଯୋଗ୍ୟ ଏହି ଭାରତୀୟ ଆଥଲେଟ୍ ଟୋକିଓ ଅଲିମ୍ପିକ୍ସର ଫାଇନାଲରେ ୮୭.୫୮ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ | ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବାରେ ନୀରଜ ହେଉଛନ୍ତି ଭାରତର ଦ୍ୱିତୀୟ ଖେଳାଳି। ନୀରଜଙ୍କ ପୂର୍ବରୁ ୨୦୦୮ ବେଜିଂ ଅଲିମ୍ପିକ୍ସରେ ସୁଟିଂରେ ଅଭିନବ ବିନ୍ଦ୍ରା ସ୍ୱର୍ଣ୍ଣ ଜିତିଥିଲେ। ନୀରଜଙ୍କ ସ୍ବର୍ଣ୍ଣ ପଦକ ହେଉଛି ଅଲିମ୍ପିକ୍ସ ଆଥଲେଟିକ୍ସରେ ଭାରତର ସର୍ବପ୍ରଥମ ପଦକ ।

Comments are closed.