ରାଜ୍ୟରେ ଆଉ ୬୬ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୬୬ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସଂଗୃହୀତ ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯ ରୋଗୀଙ୍କ ମୃତ୍ୟୁ ହୋଇଛି । କଟକରୁ ୧୩, ସମ୍ବଲପୁରରୁ ୮, ବରଗଡରୁ ୭, ବଲାଙ୍ଗିରରୁ ୩, ନୂଆପଡାରୁ ୨, ଝାରସୁଗୁଡା, କଳାହାଣ୍ଡି, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କୋରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬ ହଜାର ୫୦୧କୁ ବୃଦ୍ଧି ପାଇଛି ।

Comments are closed.