ବଦଳିଲେ ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାପାଳ

ଭୁବନେଶ୍ୱର- ରାଜ୍ୟ ପ୍ରଶାସନିକ ସ୍ତରେ ଛୋଟ ଧରଣର ଅଦଳବଦଳ କରାଯାଇଛି । ବଦଳିଛନ୍ତି ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାପାଳ । ସରୋଜ ସେଠୀ ଢେଙ୍କାନାଳର ନୂଆ ଜିଲ୍ଲାପାଳ ହୋଇଛନ୍ତି । ତ୍ରିଲୋଚନ ମାଝୀଙ୍କୁ ଭଦ୍ରକର ନୂଆ ଜିଲ୍ଲାପାଳ କରାଯାଇଛି । ଜ୍ଞାନରଞ୍ଜନ ଦାସଙ୍କୁ ପଂଚାୟତିରାଜ ବିଭାଗର ନିର୍ଦ୍ଦେଶକ କରାଯାଇଛି । ଉମାକାନ୍ତ ତ୍ରିପାଠୀ ଜଙ୍ଗଲ ବିଭାଗ ଅତିରିକ୍ତ ସଚିବ ହୋଇଛନ୍ତି । ଭୂମେଶ ଚନ୍ଦ୍ର ବେହେରା ଆୟୂଷ ବିଭାଗ ନିର୍ଦ୍ଦେଶକ ହୋଇଛନ୍ତି ।

Comments are closed.