କୋଭିଡ କଟକଣା ମଧ୍ୟରେ ଆଜିଠୁ ଖୋଲିଲା ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର – ଆଜିଠୁ ଘଟଗାଁ ମାଆ ତାରିଣୀ ମନ୍ଦିର ଭକ୍ତଙ୍କ ପାଇଁ ଖୋଲିଛି । କୋଭିଡ ଗାଇଡଲାଇନ ମଧ୍ୟରେ ମନ୍ଦିରରେ ଭକ୍ତମାନେ ମାଆଙ୍କ ଦର୍ଶନ କରିପାରିବେ । ସକାଳ ସାଢେ ୭ଟାରେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ମିଳିଛି । ମନ୍ଦିର ବେଢାରେ ଏକକାଳୀନ ୩୦ରୁ ଅଧିକ ଭକ୍ତ ରହିପାରିବେ ନାହିଁ । ଦୈନିକ ଦୁଇଟି ପର୍ଯ୍ୟାୟରେ ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ ଅନୁମତି ମିଳିବ । ସକାଳ ସାଢେ ୭ରୁ ସାଢେ ୧୨ ଏବଂ ଅପରାହ୍ନ ୪ରୁ ସଂଧ୍ୟା ୭ଟା ଯାଏଁ ମାଆଙ୍କୁ ଦର୍ଶନ କରିପାରିବେ ଭକ୍ତ । କୌଣସି ଭକ୍ତ ପାଦୁକା ସେବନ କରିପାରିବେ ନାହିଁ । ମନ୍ଦିର ଭିତରେ ଭୋଗ ଲାଗି ହୋଇପାରିବ ନାହିଁ । ମନ୍ଦିରକୁ ୧୦ ବର୍ଷରୁ କମ୍ ପିଲା ଏବଂ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପ୍ରବେଶ ବାରଣ କରାଯାଇଛି । ମନ୍ଦିରରେ ଦୈନନ୍ଦିନ ଅନ୍ନ ପ୍ରସାଦ ବିକ୍ରି କିମ୍ବା ଭୋଗ ପାର୍ଶଲ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଣ ବନ୍ଦ ରହିବ । ମନ୍ଦିର ପରିସରରେ ଥିବା ସମସ୍ତ ଦୋକାନଗୁଡିକ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରହିବ ।

ତାରିଣୀ ମନ୍ଦିର ସହ କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ମନ୍ଦିର ମଧ୍ୟ ଭକ୍ତଙ୍କ ଲାଗି ଆଜି ଖୋଲିଛି ।

Comments are closed.