ଭୁବନେଶ୍ୱର ବିମାନବନ୍ଦରରେ ରେଡ୍ ଆଲର୍ଟ, ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି

ଭୁବନେଶ୍ୱର- ନୂଆଦିଲ୍ଲୀ ବିମାନବନ୍ଦରକୁ ଉଡାଇ ଦେବା ପାଇଁ ଅଲ୍ କାଏଦା ଆତଙ୍କବାଦୀ ସଂଗଠନ ଧମକ ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ମଧ୍ୟ ସତର୍କତା ସ୍ୱରୂପ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଜିଠାରୁ ଆସନ୍ତା ୨୦ ତାରିଖ ଯାଏଁ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି ହେବ । ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆଙ୍କ କହିଛନ୍ତି ଯେ, ୧୦ ଦିନ ପାଇଁ ବିମାନବନ୍ଦର ରେଡ୍ ଆଲର୍ଟରେ ରହିବ । ଏଥିପାଇଁ ଏସଓପି ଜାରି କରାଯାଇଛି । ବିମାନବନ୍ଦର ଭିତରକୁ ଯାତ୍ରୀ ଓ କର୍ମଚାରୀଙ୍କ ଛଡା ଆଉ କାହାକୁ ଛଡାଯିବ ନାହିଁ । ଭିଜିଟର ପାସ୍ ଦିଆଯିବ ନାହିଁ । ଟର୍ମିନାଲ ନିକଟକୁ ଗାଡି ଆସିବ ନାହିଁ । ଟର୍ମିନାଲଠାରୁ ଦୂରରେ ଗାଡି ପାର୍କିଂ କରାଯିବ । ବିମାନବନ୍ଦରରେ ଦୁଇଗୁଣା ଅଧିକ ବନ୍ଧୁକଧାରୀ ଯବାନଙ୍କୁ ମୁତୟନ କରାଯିବ । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯିବ ।

Comments are closed.