ପ୍ରାର୍ଥୀଙ୍କ ଆପରାଧିକ ରେକର୍ଡ ପ୍ରକାଶ କରିନଥିବାରୁ ବିଜେପି ଓ କଂଗ୍ରେସ ସମେତ ୮ ଦଳ ଉପରେ ଜରିମାନା ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଜ ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲାର ବିବରଣୀ ପ୍ରକାଶ କରିନଥିବା ଯୋଗୁଁ ସୁପ୍ରିମକୋର୍ଟ ବିଜେପି ଓ କଂଗ୍ରେସ ସମେତ ଆଠଟି ରାଜନୈତିକ ଦଳକୁ ଜରିମାନା କରିଛନ୍ତି। ବିହାର ନିର୍ବାଚନ ସମୟରେ ଗଣମାଧ୍ୟମରେ ପ୍ରାର୍ଥୀଙ୍କ ଆପରାଧିକ ରେକର୍ଡ ପ୍ରକାଶ ନକରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏହି ୮ ଟି ଦଳକୁ ତାଙ୍କ ଆଦେଶ ପାଳନ କରିନଥିବାରୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଜେଡିୟୁ, ଆରଜେଡି, ଏଲଜେପି, କଂଗ୍ରେସ, ବିଜେପି, ସିପିଆଇ ଉପରେ କୋର୍ଟ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ଏହାଛଡ଼ା ସିପିଏମ୍ ଏବଂ ଏନସିପି ଉପରେ ୫ ଲକ୍ଷ ଟଙ୍କା ଜରିମାନା ହୋଇଛି ।

ଭବିଷ୍ୟତରେ ରାଜନୈତିକ ଦଳମାନେ ନିଜ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡକୁ ନିଜ ୱେବସାଇଟରେ ଅପଲୋଡ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗ ଏକ ଆପ୍ ପ୍ରସ୍ତୁତ କରିବା ଉଚିତ୍, ଯେଉଁଠାରେ ଭୋଟରମାନେ ଏପରି ସୂଚନା ଦେଖିପାରିବେ | ଏହା ସହିତ ଦଳ ପ୍ରାର୍ଥୀ ଚୟନ କରିବାର ୪୮ ଘଣ୍ଟା ମଧ୍ୟରେ ଗଣମାଧ୍ୟମରେ ସେମାନଙ୍କ ଆପରାଧିକ ରେକର୍ଡ ପ୍ରକାଶ କରିବା ଉଚିତ୍ | ଏହି ଆଦେଶ ପାଳନ ନ ହେଲେ ଆୟୋଗ ସୁପ୍ରିମକୋର୍ଟଙ୍କୁ ଜଣାଇବେ।

Comments are closed.