ରାଜ୍ୟରେ ୧ ହଜାର ୭୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ୨୪ ଘଣ୍ଟାରେ ୧ ହଜାର ୭୮ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୨୬ ଓ ସ୍ଥାନୀୟ ଅଂଚଳରୁ ୪୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଖୋର୍ଦ୍ଧାରୁ ସର୍ବାଧିକ ୩୭୨, କଟକରୁ ୧୪୭, ଜଗତସିଂହପୁର ଓ ଯାଜପୁରରୁ ୫୮ ଲେଖାଏଁ , କେନ୍ଦ୍ରାପଡାରୁ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାରୁ ୪୮, ବାଲେଶ୍ୱରରୁ ୪୫, ମୟୂରଭଞ୍ଜରୁ ୩୫, ଅନୁଗୁଳ ଓ ନୟାଗଡରୁ ୨୬ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୨୫, ଢେଙ୍କାନାଳରୁ ୧୬, କେନ୍ଦୁଝରରୁ ୧୨, ସମ୍ବଲପୁରରୁ ୧୨, ଝାରସୁଗୁଡାରୁ ୮, ବରଗଡ, ଗଞ୍ଜାମ, କନ୍ଧମାଳ ଓ ସୁନ୍ଦରଗଡରୁ ୬ ଜଣ ଲେଖାଏଁ, ମାଲକାନଗିରି, ନୂଆପଡା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୫ ଜଣ ଲେଖାଏଁ, ବଲାଙ୍ଗିର, ଦେବଗଡ ଓ ରାୟଗଡାରୁ ୪ ଜଣ ଲେଖାଏଁ, ଗଜପତିରୁ ୨, ବୌଦ୍ଧ, କଳାହାଣ୍ଡି ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରୁ କୌଣସି ମାମଲା ଆସିନାହିଁ ।
ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୯୦ ହଜାର ୭୫କୁ ବୃଦ୍ଧି ପାଇଥିବା ବେଳେ ଏଥିରୁ ୯ ଲକ୍ଷ ୭୨ ହଜାର ୭୧୦ ସୁସ୍ଥ ହୋଇସାରିଛନ୍ତି । ୧୦ ହଜାର ୬୮୨ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.