ନୂଆ ଢାଞ୍ଚାରେ ହେବ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା, ବୋର୍ଡ ଜାରି କଲା ନୂଆ ପରୀକ୍ଷା ନୀତି

କଟକ- କୋରୋନା ସଂକ୍ରମଣ ଦୃଷ୍ଟିରୁ ନବମ ଓ ଦଶମ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ନୂଆ ସର୍କ୍ୟୁଲାର ଜାରି ହୋଇଛି । ୨୦୨୧-୨୨ ବର୍ଷ ପାଇଁ ଜାରି ହୋଇଛି ସର୍କ୍ୟୁଲାର । ପ୍ରଥମ ଟର୍ମ ଜୁଲାଇ ୨୦୨୧ରୁ ନଭେମ୍ବର ୨୦୨୧ ଯାଏଁ ରହିବ । ଦ୍ୱିତୀୟ ଟର୍ମ ୨୦୨୧ ଡିସେମ୍ବରରୁ ଏପ୍ରିଲ ୨୦୨୨ ଯାଏଁ ରହିବ । ପ୍ରତି ଟର୍ମ ଭିତରେ ୨ଟି ଲେଖାଏଁ ଫର୍ମାଟିଭ ଟେଷ୍ଟ କରାଯିବ । ପ୍ରତି ଟର୍ମରେ ୫୦ ପ୍ରତିଶତ ପାଠ୍ୟ ଖସଡା ଶେଷ ହେବ । ପ୍ରଥମ ପରୀକ୍ଷା ନଭେମ୍ବର ମାସରେ ହେବ ଓ ଫାଇନାଲ ପରୀକ୍ଷା ଏପ୍ରିଲ ଶେଷ ସପ୍ତାହରେ ହେବ । ଯଦି ମହାମାରୀ ଆସେ, ତାହା ହେଲା ପରୀକ୍ଷାର୍ଥୀ ନିଜ ଘରେ ପରୀକ୍ଷା ଦେବେ । ପରୀକ୍ଷା ନ ହେଲେ ଇଂଟରନ୍ୟାଲ୍ ଆସେସମେଂଟ୍ ଅନୁସାରେ ମାର୍କିଂ ହେବ ।

Comments are closed.