ଅପହଞ୍ଚ ଅଞ୍ଚଳରେ ମୋବାଇଲ ଭ୍ୟାନ ଜରିଆରେ ଟିକାକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟର ଅପହଂଚ ଅଞ୍ଚଳରେ ମୋବାଇଲ ଭ୍ୟାନ ଜରିଆରେ ଟିକାକରଣ କରାଯିବ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧ କୋଟି ୮୬ ଲକ୍ଷ ଡୋଜ୍ ଟିକାକରଣ ସରିଛି । ୧ କୋଟି ୪୩ ଲକ୍ଷ ପ୍ରଥମ ଓ ୪୩ ଲକ୍ଷ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଆଜି ରାଜ୍ୟକୁ ୩ ଲକ୍ଷ ଡୋଜ୍ କୋଭାକ୍ସିନ ଆସିବ । ରାଜ୍ୟରେ ବର୍ତ୍ତମାନ ୧୦ ଲକ୍ଷ ଡୋଜ୍ କୋଭିସିଲଡ ରହିଛି । ଦୈନିକ ସାଢେ ୩ ଲକ୍ଷ ଡୋଜ୍ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ଆବଶ୍ୟକ ପଡିଲେ ଅଧିକ ଟିକାକରଣ କେନ୍ଦ୍ର ଖୋଲାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Comments are closed.