ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ, ୧୦ ନୂଆ ସଦସ୍ୟଙ୍କ ମଧ୍ୟରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ – ଶ୍ରୀମନ୍ଦିର ପରିଚାଳନା କମିଟିର ପୁନର୍ଗଟନ କରିଛନ୍ତି ରାଜ୍ୟ ସରକାର । କମିଟିକୁ ୧୦ ଜଣ ନୂଆ ସଦସ୍ୟଙ୍କୁ ମନୋନୀତ କରାଯାଇଛି । ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କୁ ସଦସ୍ୟ କରାଯାଇଛି । ସେ ମୁକ୍ତିମଣ୍ଡପକୁ ପ୍ରତିନିଧିତ୍ୱ କରିବେ । ପୂଜାପଣ୍ଡା ନିଯୋଗ ସେବାୟତ ମାଧବ ପୂଜାପଣ୍ଡା ମଧ୍ୟ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ପୁଷ୍ପାଳକ ନିଯୋଗ ସେବାୟତ ଜଗନ୍ନାଥ କର, ପ୍ରତିହାରୀ ନିଯୋଗ ସେବାୟତ ମାଧବ ଚନ୍ଦ୍ର ମହାପାତ୍ର, ସୁଆର ମହାସୁଆର ନିଯୋଗ ଅନନ୍ତ ତିଆଡି, ଦଇତାପତି ନିଯୋଗ ସେବାୟତ ଦୁର୍ଗାପ୍ରସାଦ ମହାପାତ୍ର, ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମଧ୍ୟ କମିଟିରେ ସଦସ୍ୟ ରହିବେ । ରାମକୃଷ୍ଣ ଦାସ ବିଭିନ୍ନ ଧର୍ମାନୁଷ୍ଠାନ ଓ ମଠର ପ୍ରତିନିଧିତ୍ୱ କରିବେ । ଅନ୍ୟମାନଙ୍କ ମଧ୍ୟରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ଚାର୍ଟାଡ୍ ଆକାଂଉଟାଂଟ୍ ଶରତ ଚନ୍ଦ୍ର ଭଦ୍ରା ମଧ୍ୟ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।

Comments are closed.