ଉଲ୍ଲେଖନୀୟ ସେବା ପାଇଁ ସ୍ୱାଧୀନତା ଦିବସ ରାଷ୍ଟ୍ରପତି ପଦକ ପାଇବେ ଓଡିଶାର ଦୁଇ ପୋଲିସ ଅଧିକାରୀ

ନୂଆଦିଲ୍ଲୀ – ସ୍ୱାଧୀନତା ଦିବସ ବୀରତା ପଦକ ପାଇଁ ଓଡିଶାରୁ ୬୭ ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ୧୧ ପୋଲିସ କର୍ମଚାରୀଙ୍କୁ ସମ୍ମାନଜନକ ସେବା ପାଇଁ ପୋଲିସ ପଦକ ଲାଗି ମନୋନୀତ କରାଯାଇଛି । ଏଥର ରାଜ୍ୟର ମାତ୍ର ଦୁଇ ଜଣ ରାଷ୍ଟ୍ରପତି ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଏସଆଇଡବ୍ଲୁର ଡିଏସପି ଉମାଶଙ୍କର ପଣ୍ଡା ଓ କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଭାଗିରଥୀ ତ୍ରିପାଠୀ ପାଇବେ ରାଷ୍ଟ୍ରପତି ପଦକ ।

Comments are closed.