ପଞ୍ଜାବକୁ ଆସୁଥିବା ଲୋକଙ୍କ ପାଇଁ ଟିକାକରଣ ପ୍ରମାଣପତ୍ର ଓ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ଚଣ୍ଡିଗଡ଼: କରୋନାର ତୃତୀୟ ଲହର ଆଶଙ୍କା ମଧ୍ୟରେ ମହାରାଷ୍ଟ୍ର ପରେ ବର୍ତ୍ତମାନ ପଞ୍ଜାବ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ନୂତନ ଗାଇଡଲାଇନ୍ ଘୋଷଣା କରିଛି। ସୋମବାର ଠାରୁ ପଞ୍ଜାବରେ ପ୍ରବେଶ ପାଇଁ ସମ୍ପୂର୍ଣ୍ଣ ଟୀକାକରଣ ପ୍ରମାଣପତ୍ର କିମ୍ବା ନେଗେଟିଭ୍ କରୋନା ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଏହି ଦୁଇ ରିପୋର୍ଟ ଦେଖାଇଲେ ହିଁ ରାଜ୍ୟରେ ପ୍ରବେଶ ଅନୁମତି ଦିଆଯିବ। ହିମାଚଳ ପ୍ରଦେଶ ଏବଂ ଜାମ୍ମୁରୁ ଆସୁଥିବା ଲୋକଙ୍କ ପାଇଁ କଡା ନଜର ରଖାଯିବ।

ଶୁକ୍ରବାର ଦିନ ପଞ୍ଜାବରେ ୮୯ଟି ନୂଆ କରୋନା ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫ ଲକ୍ଷ ୯୯ ହଜାର ୮୪୬କୁ ବୃଦ୍ଧି ପାଇଛି। କରୋନା ଯୋଗୁଁ ଏଯାବତ୍ ରାଜ୍ୟରେ ୧୬,୩୩୪ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ବର୍ତ୍ତମାନ ୫୬୮ ରୋଗୀ ଚିକିତ୍ସାଧୀନ ଅଛନ୍ତି।

Comments are closed.