ହିମାଚଳ ପ୍ରଦେଶ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି, ଏବେ ବି ଅନେକ ଲୋକ ନିଖୋଜ

ସିମଲା: ହିମାଚଳ ପ୍ରଦେଶର କିନୌରରେ ଘଟିଥିବା ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ଦିନ ମାଟି ଅତଡା ତଳୁ ଆଉ ୬ଟି ମୃତଦେହ ଉଦ୍ଧାର ହେବା ସହିତ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଆଇଟିବିପି ଏହି ସୂଚନା ଦେଇଛି | ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରିଲିଫ-ଉଦ୍ଧାର କାର୍ଯ୍ୟରେ ଆଇଟିବିପି, ଏନଡିଆରଏଫ୍, ଆର୍ମି ଏବଂ ପୋଲିସର ଦଳ ନିୟୋଜିତ ଅଛନ୍ତି।

ଭୂସ୍ଖଳନର ଶିକାର ହୋଇଥିବା ରାଜ୍ୟ ସଡ଼କ ପରିବହନ ନିଗମ(ଏଚଆରଟିସି)ର ଏକ ବସ୍ ର ଅନେକ ଯାତ୍ରୀ ଏବେ ବି ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଏବେ ମଧ୍ୟ ରହି ରହି ପାହାଡ଼ରୁ ପଥର ଖସୁଛି। ଭୂସ୍ଖଳନ ପରେ ମାଟି ତଳେ ପୋତି ହୋଇଥିବା ଲୋକଙ୍କ ପରିବାର ଏପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ଡେରା ପକାଇଛନ୍ତି।

Comments are closed.