ଭାରତର ତୀର୍ଥସ୍ଥଳ: ବ୍ରଜମଣ୍ଡଳ

ମଥୁରା ସ୍ଥିତ ବିଶ୍ରାମ ଘାଟ ର ଉତ୍ତର ଦିଗରେ ଥିବା ଦ୍ୱାଦଶ ଘାଟ

୧) ନବତୀର୍ଥ : ଅସି କୁଣ୍ଡର ଉତ୍ତରରେ ଏହି ନବତୀର୍ଥ ବିଦ୍ୟମାନ। ଏହି ତୀର୍ଥରେ ସ୍ନାନକଲେ ଭଗବଦ ଭକ୍ତି ପ୍ରାପ୍ତ ହୋଇଥାଏ।
୨) ସଂଯମ ତୀର୍ଥ : ଏହି ତୀର୍ଥରେ ସ୍ନାନକଲେ ଭଗବଦ ଧାମ ପ୍ରାପ୍ତ ହୋଇଥାଏ। ବସୁଦେବ ଏହି ଘାଟ ଦେଇ କୃଷ୍ଣ ଙ୍କୁ ଗୋକୁଳ ନେଇଥିଲେ।
୩) ଧାରାପତନ ତୀର୍ଥ : ଏହି ତୀର୍ଥରେ ସ୍ନାନକଲେ ଭଗବଦ ଧାମ ପ୍ରାପ୍ତ ହୋଇଥାଏ। ଏହିଠାରେ ପ୍ରାଚୀନ୍ନ କଂସ ଟିଲା ଅଛି।
୪) ନାଗ ତୀର୍ଥ : ଏହି ତୀର୍ଥରେ ସ୍ନାନକଲେ ସ୍ୱର୍ଗ ପ୍ରାପ୍ତ ହୋଇଥାଏ।
୫) ଘଣ୍ଟା ଭରଣକ ତୀର୍ଥ : ଏହି ତୀର୍ଥରେ ସ୍ନାନକଲେ ସୂର୍ଯ୍ୟଲୋକ ପ୍ରାପ୍ତ ହୋଇଥାଏ। କାର୍ତ୍ତିକ ଵିଷ୍ଣୁ ଉତ୍ଥହାପନ ଏକାଦଶୀ ଦିନ ଏଠାରେ ବିଶାଳ ଘଣ୍ଟା ବାଦନ କରାଯାଏ।
୬) ବ୍ରହ୍ମ ତୀର୍ଥ : ଏହି ତୀର୍ଥରେ ସ୍ନାନକଲେ ବ୍ରହ୍ମା ଙ୍କ ଅନୁମତି ପ୍ରାପ୍ତ ହୋଇ ବିଷ୍ଣୁଲୋକ ଗମନ କରେ।
୭) ସୋମ ତୀର୍ଥ : ଏହାର ଅନ୍ୟନାମ ଗୋ ଘାଟ। ଏହି ତୀର୍ଥରେ ସ୍ନାନକଲେ ସୋମଲୋକ ପ୍ରାପ୍ତ ହୋଇଥାଏ।
୮) ସରସ୍ୱତୀ ପତନ ତୀର୍ଥ : ଏହି ତୀର୍ଥରେ ସ୍ନାନକଲେ ମୁକ୍ତିପଦ ପ୍ରାପ୍ତ ହୋଇଥାଏ। ସରସ୍ୱତୀ ନଦୀ ଏହି ସ୍ଥାନରେ ଯମୁନା ସହିତ ମିଶିଛନ୍ତି।
୯) ଚକ୍ର ତୀର୍ଥ : ଏହି ତୀର୍ଥରେ ସ୍ନାନକଲେ ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ମିଳେ ଏବଂ ସୁଦର୍ଶନ ଚକ୍ର ଙ୍କ ଆଶୀର୍ବାଦ ମିଳିଥାଏ।
୧୦) ଦଶାଶ୍ୱମେଧ ତୀର୍ଥ : ଏହି ତୀର୍ଥରେ ସ୍ନାନକଲେ ସ୍ୱର୍ଗ ସୁଖ ସୁଗମ ହୋଇଥାଏ। ବ୍ରହ୍ମା ଏହି ଘାଟରେ ଦଶ ଥର ଦଶାଶ୍ୱମେଧ ଯଜ୍ଞ କରିଥିଲେ।
୧୧) ବିଘ୍ନରାଜ ତୀର୍ଥ : : ଏହି ତୀର୍ଥରେ ସ୍ନାନକଲେ ସମସ୍ତ ବିଘ୍ନ ରୁ ମୁକ୍ତି ମିଳିଥାଏ।
୧୨) କୋଟି ତୀର୍ଥ: : ଏହି ତୀର୍ଥରେ ସ୍ନାନକଲେ କୋଟି ଗଙ୍ଗା ସ୍ନାନ ର ଫଳ ପ୍ରାପ୍ତ ହୋଇଥାଏ।

ଗୋକର୍ଣ୍ଣଶ୍ବର ମହାଦେବ : ମଥୁରା ନଗରୀର ଚାରି ଦିଗରେ ଯେଉଁ ଚାରିଜଣ କ୍ଷେତ୍ରପାଳ ମଥୁରା ନଗରୀର ରକ୍ଷା କରୁଛନ୍ତି ସେମାନଙ୍କ ମଧ୍ୟରେ ଗୋକର୍ଣ୍ଣଶ୍ବର ମହାଦେବ ଉତ୍ତର ଦିଗର କ୍ଷେତ୍ରପାଳ ଅଟନ୍ତି। ଏହିସ୍ଥାନ ବିଶ୍ୱନାଥ ତୀର୍ଥ ବା ଗୋକର୍ଣ୍ଣ ତୀର୍ଥ ନାମରେ ପ୍ରସିଦ୍ଧ। ଏହି ମହାଦେବ ଙ୍କ ବିଷୟ ରେ ଶ୍ରୀମଦ ଭାଗବତ ଓ ଆଦି ବରାହ ପୁରାଣ ରେ ବର୍ଣ୍ଣନା ରହିଛି। ଏହି ସ୍ଥାନରେ ଗୋକର୍ଣ୍ଣ ଋଷି ତପସ୍ୟା କରିଥିଲେ।

ବୈକୁଣ୍ଠ ତୀର୍ଥ : ଧାରା ପତନ ତୀର୍ଥ ଓ ବାସୁଦେବ ଘାଟର ମଧ୍ୟବର୍ତ୍ତୀ ସ୍ଥାନରେ ଏହି ବୈକୁଣ୍ଠ ତୀର୍ଥ ଅବସ୍ଥିତ। ଏହି ତୀର୍ଥରେ ସ୍ନାନକଲେ ଵ୍ୟକ୍ତି ସମସ୍ତ ପାପରୁ ମୁକ୍ତ ହୋଇ ବିଷ୍ଣୁଲୋକ ଗମନ କରିଥାଏ।

….. କ୍ରମଶଃ

Comments are closed.