ଭାରତର ତୀର୍ଥସ୍ଥଳ : ବ୍ରଜମଣ୍ଡଳ 

୧) ଶ୍ରୀଭୂତେଶ୍ୱର ମହାଦେବ : ମଥୁରା ନଗରୀର ଚାରି ଦିଗରେ ଶ୍ରୀକୃଷ୍ଣଙ୍କ ପ୍ରିୟ ଚାରିଜଣ କ୍ଷେତ୍ରପାଳ ମଥୁରା ନଗରୀର ରକ୍ଷା କରୁଛନ୍ତି । ପୂର୍ବ ଦିଗରେ ଶ୍ରୀପିପ୍ପଲେଶ୍ୱର ମହାଦେବ, ପଶ୍ଚିମ ଦିଗରେ ଶ୍ରୀଭୂତେଶ୍ୱର ମହାଦେବ, ଉତ୍ତର ଦିଗରେ ଗୋକର୍ଣ୍ଣଶ୍ବର ମହାଦେବ ଏବଂ ଦକ୍ଷିଣ ଦିଗରେ ଶ୍ରୀ ରଙ୍ଗେଶ୍ୱର ମହାଦେବ ବିରାଜମାନ କରିଛନ୍ତି।

୨) ଶ୍ରୀଭୂତେଶ୍ୱର ମହାଦେବଙ୍କ ଦର୍ଶନରେ ସମସ୍ତ ପାପ ଧ୍ବଂସ ହେବାସହ ଶ୍ରୀକୃଷ୍ଣ ଭକ୍ତି ପ୍ରାପ୍ତ ହୋଇଥାଏ। ଶ୍ରୀବୃନ୍ଦାବନର ଦକ୍ଷିଣ ଦିଗରେ ମଥୁରାଭିମୁଖୀ ରାସ୍ତାର ସାଢ଼େ ଛଅ ମାଇଲି ଦୂରରେ ଶ୍ରୀଭୂତେଶ୍ୱର ମହାଦେବଙ୍କ ମନ୍ଦିର ଅବସ୍ଥିତ।

୩) ଦୀର୍ଘବିଷ୍ଣୁ ମନ୍ଦିର : ଶ୍ରୀକୃଷ୍ଣ ଦୀର୍ଘାକର ରୁପ ଧାରଣ କରି କଂସ, ଚାଣୁର, ମୁଷ୍ଟିକ ମଲ୍ଲ ସହିତ ଯୁଦ୍ଧ କରିଥିଲେ। ସେଇ ଦୀର୍ଘ ତମ ଶ୍ରୀବିଗ୍ରହ ‘ ଦୀର୍ଘବିଷ୍ଣୁ’ ନାମରେ ଏଠାରେ ବିରାଜିତ। ମଥୁରା ସହରର ମନୋହର ପୁର- ମହଲ୍ଲାର ଭରତପୁର- ଦରଜାକୁ ଯିବା ରାସ୍ତାରେ ଦୀର୍ଘବିଷ୍ଣୁ ମନ୍ଦିର ଅବସ୍ଥିତ। ବର୍ତ୍ତମାନର ମନ୍ଦିର କାଶିର ରାଜା ପାଟଳି ମଲ ନିର୍ମାଣ କରାଇଥିଲେ।

୪) ସୁଦାମା ଗୃହ : ଶ୍ରୀକୃଷ୍ଣ-ବଳରାମ ମଥୁରା ସହରରେ ପ୍ରଵେଶ କରି ସୁଦାମା ନାମକ ଏକ ମାଳି ଘରକୁ ଯାଇଥିଲେ। ସୁଦାମା ତାଙ୍କୁ ପାଦ୍ୟ, ଅର୍ଘ୍ୟ, ଚନ୍ଦନ ଦେଇ ପୂଜା କରିଥିଲେ। ସୁଦାମା ପୂର୍ଵଜନ୍ମରେ କୁବେରଙ୍କ ମାଳି ଥିଲେ। ଭଗବାନ ଶିବଙ୍କୁ ଶତପୁଷ୍ପ ଦ୍ୱାରା ପୂଜା କରି ଦ୍ଵାପର ଯୁଗରେ ମଥୁରାରେ ଜନ୍ମଗ୍ରହଣ କରିଥିଲେ।

୫) ରଜକବଧ ସ୍ଥାନ : ଏହି ସ୍ଥାନରେ ଶ୍ରୀକୃଷ୍ଣ-ବଳରାମ ରାଜା କଂସର ରଜକ ବା ଧୋବାକୁ ଉଦ୍ଧର କରି ବୈକୁଣ୍ଠ ପୁର ପ୍ରାପ୍ତ କରାଇଥିଲେ।। ….. କ୍ରମଶଃ

Comments are closed.