କଂଗ୍ରେସକୁ ଝଟକା, ଦଳ ଛାଡ଼ିଲେ ପୂର୍ବତନ ସାଂସଦ ସୁସ୍ମିତା ଦେବ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସାଂସଦ ତଥା ମହିଲା କଂଗ୍ରେସ ସଭାପତି ସୁସ୍ମିତା ଦେବ ଦଳ ଛାଡିଛନ୍ତି। ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସୁସ୍ମିତା ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ସେ ନିଜ ଟ୍ୱିଟର ବାୟୋ ପରିବର୍ତ୍ତନ କରିଥିଲେ । ସେ ଏଥିରେ ଲେଖିଥିଲେ ‘କଂଗ୍ରେସର ପୂର୍ବତନ ସଦସ୍ୟ’। ଦଳ ଛାଡିବାର ଏହା ପ୍ରଥମ ସଙ୍କେତ ଭାବେ ଧରାଯାଇଥିଲା। ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇଥିବା ଚିଠିରେ ଦଳ ଛାଡ଼ିବା ନେଇ ସେ କୌଣସି ଠୋସ୍ କାରଣ ଉଲ୍ଲେଖ କରିନାହାଁନ୍ତି।

ସୁସ୍ମିତା ଦେବଙ୍କ ପିତା ସନ୍ତୋଷ ମୋହନ ଦେବ କଂଗ୍ରେସର ଜଣେ ବରିଷ୍ଠ ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥିଲେ। ।

ସୁସ୍ମିତା ଦେବ ଅଲ୍ ଇଣ୍ଡିଆ ମହିଳ କଂଗ୍ରେସ ହ୍ବାଟସଆପ୍ ଗ୍ରୁପ୍ ରୁ ମଧ୍ୟ ଓହରି ଯାଇଛନ୍ତି । ଦିଲ୍ଲୀରେ ବଳାତ୍କାର ଓ ହତ୍ୟାର ଶିକାର ନଅ ବର୍ଷର ବାଳିକାଙ୍କ ପିତାମାତାଙ୍କ ଫଟୋ ସେୟାର କରାଯିବା ଘଟଣାରେ ଯେଉଁ କଂଗ୍ରେସ ନେତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ବ୍ଲକ୍ କରାଯାଇଥିଲା ସେଥିରେ ସୁସ୍ମିତାଙ୍କ ଆକାଉଣ୍ଟ ବି ରହିଥିଲା। କିଛି ସମୟ ଧରି ସୁସ୍ମିତା କଂଗ୍ରେସ କର୍ତ୍ତୃପକ୍ଷ ଉପରେ ଅସନ୍ତୁଷ୍ଟ ଥିଲେ। ଆସାମରେ ନିର୍ବାଚନ ସମୟରେ ମଧ୍ୟ ତାଙ୍କୁ ଉପେକ୍ଷା କରାଯାଇଥିବା ସେ କହିଥିଲେ।

Comments are closed.