ଆଫଗାନିସ୍ତାନ ସଙ୍କଟ: ବାୟୁସୀମା ବନ୍ଦ, କାବୁଲ ଯିବାକୁ ଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ ବାତିଲ

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀରୁ କାବୁଲ ଅଭିମୁଖେ ଯିବାକୁ ଥିବା ନିଜ ଫ୍ଲାଇଟ୍ କୁ ଏୟାର ଇଣ୍ଡିଆ ବାତିଲ କରିବାକୁ ପଡ଼ିଛି। କାରଣ କାବୁଲର ବାୟୁ ସୀମା ବନ୍ଦ କରିଦିଆଯାଇଛି। କାବୁଲ ବାୟୁ ସୀମାରେ ପ୍ରବେଶ କରିବା ପୂର୍ବରୁ ଆସୁଥିବା ଏବଂ ସେଠାରୁ ଯାଉଥିବା ବେସାମରିକ ବିମାନକୁ ଅନ୍ୟ ରୁଟ୍ ବ୍ୟବହାର କରିବାକୁ ପରାମର୍ଶ ଦେଇ ଏକ ନୋଟମ୍ (ବିମାନ କର୍ମଚାରୀଙ୍କୁ ନୋଟିସ୍) ଜାରି କରାଯାଇଛି।

ଏୟାର ଇଣ୍ଡିଆ ବିମାନ ପ୍ରଥମେ ଆଜି ସକାଳ ୮:୩୦ରେ କାବୁଲ ଯିବାକୁ ସ୍ଥିର ହୋଇଥିଲା । ତେବେ ପରେ ନିଜ ଫ୍ଲାଇଟକୁ ଅପରାହ୍ନ ୧୨:୩୦ରେ ଆଫଗାନିସ୍ତାନ ରାଜଧାନୀ ପଠାଇବାକୁ ନିଷ୍ପତ୍ତି ନେଇଥିଲା ଏୟାର ଇଣ୍ଡିଆ। ନୋଟାମ ଅନୁଯାୟୀ, କାବୁଲ ବାୟୁସୀମା ଏବେ ସେନାକୁ ହସ୍ତାନ୍ତର କରାଯାଇଛି ଏବଂ କାବୁଲ ଆସୁଥିବା କୌଣସି ବେସାମରିକ ବିମାନ ଏବେ ଏଟିସିରୁ ସହାୟତା ପାଇବ ନାହିଁ।

Comments are closed.