ଲର୍ଡସ ଟେଷ୍ଟରେ ଭାରତ ୧୫୧ ରନରେ ବିଜୟୀ, ସିରିଜରେ ୧-୦ର ଅଗ୍ରଣୀ

ଲଣ୍ଡନ: ଲର୍ଡସ ଟେଷ୍ଟରେ ଭାରତ ଚମତ୍କାର ବିଜୟ ହାସଲ କରିଛି । ଭାରତ ୧୫୧ ରନରେ ଇଂଲଣ୍ଡକୁ ହରାଇ ଦେଇଛି । ଭାରତ ପ୍ରଦତ୍ତ ୨୭୧ ରନର ବିଜୟ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ୧୨୦ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ୍ ୪ଟି ଓ ଯଶପ୍ରୀତ ବୁମରା ୩ଟି ଓ୍ବିକେଟ୍ ହାସଲ କରିଥିବା ବେଳେ ଇଶାନ୍ତ ଶର୍ମା ୨ଟି ଓ୍ବିକେଟ୍ ନେଇଥିଲେ । ଏହି ଜବରଦସ୍ତ ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି

Comments are closed.