ଆମ ଶରୀର ଚର୍ଚ୍ଚା: ଯୋଗ

୧୩) ଜୀବକୋଷ ( Cell ) : ଦେହର କୋଷ ଗୁଡ଼ିକ ରେ ଜୀବନ କାଳ ମଧ୍ୟରେ ଆକସ୍ମିକ ଭାବରେ ପରିବର୍ତ୍ତନ ଘଟିଥାଏ। ଏଗୁଡ଼ିକ କ୍ଷୟ, ପୁନଃସ୍ଥାପନ ଏବଂ ଅଙ୍ଗାରକାମ୍ଳ ବାଷ୍ପ ଇତ୍ୟାଦି ବାହାର କରିବା ରେ ସାହାଯ୍ୟ କରେ।

୧୪) ସ୍ନାୟୁ ( Nerves ) : ମାଂସପେଶୀ ଗୁଡ଼ିକ ସ୍ନାୟୁ ଦ୍ୱାରା ପ୍ରେରଣା ପାଇ ପରିଚାଳିତ ହୁଅନ୍ତି।

୧୫) ମାଂସପେଶୀ : ମାଂସପେଶୀ ଦୁଇ ପ୍ରକାର ର। ଗୋଟିଏ ସ୍ବେଚ୍ଛାକୃତ ଅନ୍ୟଟି ସ୍ୱତଃଜାତ ।
୧) ସ୍ବେଚ୍ଛାକୃତ ( Voluntary ) : ଯେଉଁ ମାଂସପେଶୀ ଗୁଡ଼ିକ ମନୁଷ୍ୟ ର ମସ୍ତିଷ୍କ ( Brain ) ଦ୍ୱାରା ନିୟନ୍ତ୍ରଣ ହୋଇଥାଏ ତାହାକୁ ସ୍ବେଚ୍ଛାକୃତ କୁହାଯାଇ ଥାଏ।
୨) ସ୍ୱତଃଜାତ (Involuntary ) : ଯେଉଁ ମାଂସପେଶୀ ଗୁଡ଼ିକ ମନୁଷ୍ୟ ର ମସ୍ତିଷ୍କ ଅଧୀନରେ ନ ରହି ସ୍ୱତନ୍ତ୍ର ଭାବରେ କାର୍ଯ୍ୟ କରନ୍ତି ତାହାକୁ ସ୍ୱତଃଜାତ କୁହାଯାଏ। ହୃତପିଣ୍ଡ ଫୁସଫୁସ ପାକସ୍ଥଳୀ ଏହି ଧରଣ ର ମାଂସପେଶୀ।

୧୬) ମୂତ୍ରଗ୍ରନ୍ଥି ( Kidney ) : ମେରୁଦଣ୍ଡ ର ଦୁଇପାର୍ଶ୍ଵ ରେ ଦୁଇଟି ମୂତ୍ରଗ୍ରନ୍ଥି ରହିଛି। ଏହି ମୂତ୍ରଗ୍ରନ୍ଥି ରକ୍ତ ର ଅନାବଶ୍ୟକ ପଦାର୍ଥ କୁ ମୂତ୍ର ରୂପରେ ଅଲଗା କରିଦେଇ ଥାଏ। ମୂତ୍ରଗ୍ରନ୍ଥି ହୃଦୟ ରୁ ନିର୍ଗତ ନଳୀ ( Urter ) ମଧ୍ୟ ଦେଇ ଅନାବଶ୍ୟକ ପଦାର୍ଥ ମୂତ୍ରାଶୟ କୁ ଆସେ ଏବଂ ମୂତ୍ର ନଳୀ ଦେଇ ନିଷ୍କାସିତ ହୋଇଥାଏ। ମୂତ୍ରନଳୀ ରେ ପଥୁରୀ ( Renal Calculx ) ମୂତ୍ରଗ୍ରନ୍ଥି ଶୁଳ ( Renal Calic ) ପ୍ରମେହ, ମୂତ୍ରରୋଧ ପ୍ରଭୃତି ବିଭିନ୍ନ ରୋଗ ଦେଖାଯାଇ ଥାଏ। ଅନ୍ୟ କେତେକ ରୋଗରେ ମଧ୍ୟ ମୂତ୍ରଗ୍ରନ୍ଥି ଉପରେ ପ୍ରଭାବ ପଡିଥାଏ।। ( କ୍ରମଶଃ )

Comments are closed.