ଭୁବନେଶ୍ୱରରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ,ସଂଧ୍ୟାରେ ମୁଖ୍ୟମନ୍ତ୍ରୀ କରିବେ ସମ୍ବର୍ଦ୍ଧିତ

ଭୁବନେଶ୍ୱର – ଭୁବନେଶ୍ୱରରେ ପହଂଚିଛନ୍ତି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳ । ଚତୁର୍ଥ ସ୍ଥାନ ହାସଲ କରିଥିବା ମହିଳା ହକି ଦଳ ମଧ୍ୟ ପହଂଚିଛନ୍ତି । ବିମାନ ବନ୍ଦରରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳିଙ୍କୁ ସ୍ୱାଗତ କରିଥିଲେ । ପରେ ଖେଳାଳିମାନଙ୍କୁ କଡା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଛି । ଅପରାହ୍ନ ୩ଟାରେ ସାମ୍ବାଦିକ ସମ୍ମିଳନୀରେ ସାମିଲ ହେବେ ହକି ଖେଳାଳି । ଏହାପରେ ସେମାନେ କଳିଙ୍ଗ ଷ୍ଟାଡିୟମ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ସେସନରେ ସାମିଲ ହେବେ । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ । ଓଡିଶା ସରକାର ଜାତୀୟ ହକି ଦଳର ପ୍ରାୟୋଜକ ଅଛନ୍ତି ।

Comments are closed.