କଳିଙ୍ଗରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସେସନ

ଭୁବନେଶ୍ୱର- ଭାରତୀୟ ପୁୁରୁଷ ଓ ମହିଳା ହକି ଦଳକୁ ଆଜି ଭୁବନେଶ୍ୱରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ହକି ଦଳକୁ ସମ୍ବର୍ଦ୍ଧିତ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ପୁୁରୁଷ ହକି ଦଳ ଓ ଚତୁର୍ଥ ସ୍ଥାନ ହାସଲ କରିଥିବା ମହିଳା ଦଳ ସହ କଳିଙ୍ଗ ଷ୍ଟାଡିୟମରେ ଫଟୋ ସେସନରେ ସାମିଲ ହୋଇଛନ୍ତି । ଟିମ୍ ଫଟୋ ସହ ଅଧିନାୟିକା ରାଣୀ ରାମପାଲ ଓ ଅଧିନାୟକ ମନପ୍ରୀତ ସିଂହ ମୁଖ୍ୟମନ୍ତ୍ରୀଙ୍କ ସହ ଅଲଗା ଫଟୋ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିର ଏକ ବଡ ପୃଷ୍ଠପୋଷକ ଭାବେ ଉଭା ହୋଇଛନ୍ତି । ଓଡିଶା ସରକାର ଗତ କିଛି ବର୍ଷ ଧରି ଜାତୀୟ ହକି ଦଳର ପ୍ରାୟୋଜକ ରହିଆସିଛନ୍ତି ।

Comments are closed.