ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ଆହୁରି ୧୦ ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ରହିବେ ଓଡିଶା ସରକାର

ଭୁବନେଶ୍ୱର – ଭାରତୀୟ ହକିର ମୁଖ୍ୟ ପୃଷ୍ଠପୋଷକ ସାଜିଥିବା ଓଡିଶା ସରକାରଙ୍କ ବଡ ଘୋଷଣା କରିଛନ୍ତି । ଆଗାମୀ ଦଶବର୍ଷ ଯାଏଁ ଓଡିଶା ସରକାର ଜାତୀୟ ହକି ଦଳର ପ୍ରାୟୋଜକ ରହିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିବା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳ ଓ ଚତୁର୍ଥ ସ୍ଥାନ ହାସଲ କରିଥିବା ମହିଳା ଦଳକୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ବି ଦିଆଯାଇଛି । ହକି ଇଣ୍ଡିଆ ସଭାପତିଙ୍କୁ ୫୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଛି । ଭାରତୀୟ ହକିର ସଫଳତାରେ ଓଡିଶା ସରକାରଙ୍କ ହାତ ରହିଛି ବୋଲି ହକି ଇଣ୍ଡିଆ ସଭାପତି ଏ ଅବସରରେ ଘୋଷଣା କରିଥିଲେ ।

Comments are closed.