ବ୍ରଜମଣ୍ତଳ ପରିକ୍ରମାରେ ମଥୁରାର ଦର୍ଶନୀୟ ସ୍ଥାନ

ଅମ୍ବରିଷ ଟିଲା : ଟିଲା ଅର୍ଥ ଛୋଟ ପାହାଡ଼ ବା ଉଚ୍ଚଭୂମି। ଅମ୍ବରିଷ ଟିଲା ଟି ତିରିଶ ଫୁଟ ଉଚ୍ଚଭୂମିରେ ଅବସ୍ଥିତ। ସରସ୍ୱତୀ ଏବଂ ଯମୁନା ନଦୀର ସଙ୍ଗମ ସ୍ଥଳର ଦକ୍ଷିଣ ଦିଗକୁ ଏହି ଟିଲା ଅବସ୍ଥିତ। ଏକଦା ଅମ୍ବରିଷ ମହାରାଜ ଏହି ସ୍ଥାନରେ ବାସ କରୁଥିବା ଯୋଗୁଁ ଏହାର ନାମ ଅମ୍ବରିଷ ଟିଲା ହୋଇଛି। ଦ୍ଵାଦଶୀ ବ୍ରତ ପାଳନ ଅବସରରେ ଵିଷ୍ଣୁଙ୍କ ପରମ ଭକ୍ତ ରାଜା ଅମ୍ବରିଶ ପ୍ରଥମେ ବ୍ରତ ସମୟ ଅତିକ୍ରାନ୍ତ ହେଉଥିବା ଦେଖି ବିନ୍ଦୁଏ ଚରଣା ମୃତ ପାଇଦେଇ ଥିଲେ। ଏହି କଥାରେ ଦୁର୍ବାସା ଋଷି ରାଗିଯାଇ ଅମ୍ବରିଶଙ୍କୁ ବଦ୍ଧ କରିବାକୁ ଉଦ୍ୟତ ହେଲେ। ରାଜା ଏହି ଘଟଣାରେ ଵିଷ୍ଣୁଙ୍କ ଶରଣାପନ୍ନ ହେଲେ। ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ଦୁର୍ବାସା ଋଷିଙ୍କୁ ବଦ୍ଧ କରିବାକୁ ଆସିଲେ।ସେହି ସମୟରେ ଦୁର୍ବାସା ଋଷି ରାଜା ଅମ୍ବରିଶ ଔଙ୍କ ଠାରେ କ୍ଷମା କରିବାରୁ ଏହି ଅମ୍ବରିଷ ଟିଲା ଠାରେ ତାଙ୍କୁ ମୁକ୍ତି ପ୍ରାପ୍ତ ହୋଇଥିଲା।

ବଳି ମହାରାଜ ଟିଲା : ଏହି ସ୍ଥାନରେ ବଳି ମହାରାଜ ଓ ବାମନଙ୍କ ଦର୍ଶନ ମିଳିଥାଏ। ବଳି ମହାରାଜ ଏଠାରେ ଭଗବାନ ବାମନଙ୍କ ଆରାଧନା କରିଥିଲେ।

କୁବଜା କୂପ : ଶ୍ରୀକୃଷ୍ଣ – ବଳରାମ ମଥୁରା ଭ୍ରମଣ ସମୟରେ ଏହି ସ୍ଥାନରେ କଂସର ଦାସୀ କୁବଜାଙ୍କ ସହିତ ସାକ୍ଷାତ ହୋଇଥିଲା। କାଟରା ର ଉତ୍ତର ପଶ୍ଚିମ ଦିଗରେ ଅବସ୍ଥିତ ଏହି କୂପ ଅତି ପ୍ରାଚୀନ। କଂସ ଟିଲା ନିକଟରେ କୁବଜା ଙ୍କ ମନ୍ଦିର। ସମ୍ଭବ ତଃ କୌଣସି ସମୟରେ ଏଠାରେ କୁବଜା ଙ୍କ ଗୃହ ଥିବା ବିଶ୍ୱାସ କରାଯାଏ। ଏହି ସ୍ଥାନରେ ଶ୍ରୀକୃଷ୍ଣ କୁବଜା ଙ୍କ କୁରୁପ ରୁ ସୁରୂପବତୀ ନାରୀରେ ପରିବର୍ତ୍ତିତ କରିଥିଲେ।

ଶ୍ରୀରଙ୍ଗେଶ୍ୱର ମହାଦେବ : ମଥୁରା ର ଦକ୍ଷିଣ ଦିଗର ଦ୍ୱାରପାଳ ରୂପେ ଶ୍ରୀରଙ୍ଗେଶ୍ୱର ମହାଦେବ ବିରାଜିତ। ରଙ୍ଗ ଭୂମୀ ନିକଟରେ ଏହି ମନ୍ଦିର ଅବସ୍ଥିତ। ରଙ୍ଗ ମଞ୍ଚରେ ଏହି ମହାଦେବ ପୂଜା ପାଉଥିବାରୁ ଏହାଙ୍କ ନାମ ଶ୍ରୀରଙ୍ଗେଶ୍ୱର ମହାଦେବ। କଂସ ମଲ୍ଲ ଯୁଦ୍ଧ ପୂର୍ବରୁ ଏହି ମହାଦେଵଙ୍କୁ ପ୍ରତିନିତ୍ୟ ପୂଜା କରୁଥିଲେ।
….. କ୍ରମଶଃ

Comments are closed.