ଭାରତକୁ ମିଳିପାରେ ପ୍ରଥମ ମହିଳା ପ୍ରଧାନ ବିଚାରପତି, ଖାଲି ପଡିଥିବା ବିଚାରପତି ପଦ ପାଇଁ ୯ ଜଣଙ୍କ ନାମ ସୁପାରିସ

ନୂଆଦିଲ୍ଲୀ: ୨୦୨୭ରେ ଭାରତକୁ ମିଳିପାରେ ପ୍ରଥମ ମହିଳା ପ୍ରଧାନ ବିଚାରପତି (ସିଜେଆଇ) | ୨୨ ମାସ ପରେ ମଙ୍ଗଳବାର ସୁପ୍ରିମକୋର୍ଟ କଲେଜିୟମ ଖାଲି ପଡିଥିବା ବିଚାରପତି ପଦ ପାଇଁ ନଅ ଜଣଙ୍କ ନାମ ସୁପାରିଶ ପଠାଇଛନ୍ତି। ଭାରତର ପ୍ରଧାନ ବିଚାରପତି ତିନିଜଣ ମହିଳାଙ୍କ ସମେତ ଏହି ୯ଟି ନାମ ସରକାରଙ୍କୁ ପଠାଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି।

ସରକାରଙ୍କୁ ପଠାଯାଇଥିବା ନାମ ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟ (ଏଚ୍ସି) ର ଜଷ୍ଟିସ୍ ବି.ଭି ନାଗରତ୍ନାଙ୍କ ନାମ ମଧ୍ୟ ରହିଛି, ଯିଏକି ପଦୋନ୍ନତି ପାଇ ୨୧୦୭ରେ ଦେଶର ପ୍ରଥମ ମହିଳା ସିଜେଆଇ ହୋଇପାରନ୍ତି। ଜଷ୍ଟିସ ନାଗରତ୍ନାଙ୍କ ବ୍ୟତୀତ ପାଞ୍ଚ ସଦସ୍ୟ ବିଶିଷ୍ଟ କଲେଜିୟମ ଦ୍ୱାରା ମନୋନୀତ ହୋଇଥିବା ଅନ୍ୟ ଦୁଇଜଣ ମହିଳା ବିଚାରପତିଙ୍କ ମଧ୍ୟରେ ତେଲେଙ୍ଗାନା ଏଚସିର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି ଏବଂ ଗୁଜୁରାଟ ଏଚସିର ଜଷ୍ଟିସ ବେଲା ତ୍ରିବେଦୀ ଅଛନ୍ତି।

କଲେଜିୟମ ଦ୍ଵାରା ଦିଆଯାଇଥିବା ବାକି ନାମଗୁଡିକ ମଧ୍ୟରେ ଜଷ୍ଟିସ୍ ଅଭୟ ଶ୍ରୀନିବାସ ଓକା (କର୍ଣ୍ଣାଟକ ଏଚସିର ମୁଖ୍ୟ ବିଚାରପତି), ବିକ୍ରମ ନାଥ (ଗୁଜୁରାଟ ଏଚସିର ମୁଖ୍ୟ ବିଚାରପତି), ଜିତେନ୍ଦ୍ର କୁମାର ମହେଶ୍ୱରୀ (ସିକ୍କିମ ଏଚସିର ମୁଖ୍ୟ ବିଚାରପତି), ସିଟି ରବିକୁମାର (କେରଳ ଏଚସିର ବିଚାରପତି) ଏବଂ ଏମ୍ଏମ୍ ସୁନ୍ଦରେଶ (କେରଳ ଏଚସି ର ବିଚାରପତି) ଅଛନ୍ତି |

ସୁପ୍ରିମକୋର୍ଟର ଏହି କଲେଜିୟମରେ ପ୍ରଧାନ ବିଚାରପତି ଏନଭି ରମନ୍ନା, ଏବଂ ଜଷ୍ଟିସ୍ ଉଦୟ ୟୁ ଲଲିତ, ଏମ୍ ଖାନୱିଲକର, ଧନଞ୍ଜୟ ଓ୍ବାଇ ଚନ୍ଦ୍ରଚୁଦ୍ ଏବଂ ଏଲ୍ ନାଗେଶ୍ୱର ରାଓ ରହିଥିଲେ।

Comments are closed.