ବ୍ରହ୍ମପୁରରେ ଏଟିଏମ ଗାଡିରୁ ୨୪ ଲକ୍ଷ ଟଙ୍କା ଲୁଟ୍‌

ବ୍ରହ୍ମପୁର- ବ୍ରହ୍ମପୁରରେ ଏଟିଏମ ଟଙ୍କା ଗାଡିକୁ ଅପରହରଣ କରାଯିବା ସହ ଟଙ୍କା ଲୁଟ୍ କରାଯାଇଛି । ପୋଲିସ ଗାଡିକୁ ଠାବ କରିଛି । କିନ୍ତୁ ଏଥିରେ ଥିବା ୨୪ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ଏଜିଏସ ସଂସ୍ଥା ଗାଡି ବାହାରିଥିଲା । ଗାଡିରେ ୨୬ ଲକ୍ଷ ଟଙ୍କା ଥିଲା । ଏଥିରେ ଡ୍ରାଇଭର ସହ ୪ କର୍ମଚାରୀ ଥିଲେ । ଗୋଟିଏ ଏଟିଏମରେ ୨ ଲକ୍ଷ ଲୋଡ୍ କଲା ପରେ ବ୍ରହ୍ମପୁର ବଡବଜାର ଥାନା ନିକଟ ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ଗାଡି ଆସିଥିଲା ବେଳେ ଦୁର୍ବୃତ୍ତ ଗାଡି ଧରି ପଳାଇଥିଲା । ୨ ଗାର୍ଡ ଓ କର୍ମଚାରୀମାନେ କିଛି ସମୟ ପରେ ଏଟିଏମରୁ ବାହାରି ଗାଡି କି ଡ୍ରାଇଭର ଦେଖିବାକୁ ପାଇ ନ ଥିଲେ । ଥାନାରେ ଖବର ଦେଲା ପରେ ପୋଲିସ ଗିରିସୋଲା ନିକଟରୁ ଗାଡି ସହ ଡ୍ରାଇଭରକୁ ଧରିଥିଲା । ଗାର୍ଡ ଓ କର୍ମଚାରୀଙ୍କୁ ପୋଲିସ ପଚରାଉଚରା କରୁଛି ବଡବଜାର ପୋଲିସ । ଅଚେତ ଡ୍ରାଇଭରକୁ ଏମକେସିଜିରେ ଭର୍ତ୍ତି କରାଯାଇଛି । ୨୪ ଲକ୍ଷ ଟଙ୍କା ଚୋରି ହୋଇଯାଇଥିବା ସୂଚନା ଦେଇଛି ପୋଲିସ ।

Comments are closed.