ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ ନିର୍ଦ୍ଦେଶ : ସରକାରୀ ଡାକ୍ତରଖାନାରେ ରୋଗୀ ଚିକିତ୍ସାରେ ନିୟୋଜିତ ହୋଇପାରିବେ ନାହିଁ ଅଣ ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର- ସରକାରୀ ଡାକ୍ତରଖାନାରେ ରୋଗୀ ଚିକିତ୍ସାରେ ଅଣ-ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆଦୌ ନିୟୋଜିତ କରାଯାଇପାରିବ ନାହିଁ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସବୁ ସରକାରୀ ଡାକ୍ତରଖାନାର ମୁଖ୍ୟମାନଙ୍କୁ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି । ରୋଗୀଙ୍କ ଚିକିତ୍ସା ବେଳେ ଡାକ୍ତର କିମ୍ବା ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ସହାୟତା କରିବା ପାଇଁ କୌଣସି ଅଣ ସ୍ୱାସ୍ଥ୍ୟକର୍ମୀ ଯେପରି ନିୟୋଜିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦିଆଯିବା ଉଚିତ ।

ଗଞ୍ଜାମ ଜିଲ୍ଲାର ଏକ ହସପିଟାଲ ସଂପର୍କିତ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ସେହି ହସପିଟାଲରେ ଡାକ୍ତରଙ୍କ ଅଭାବ ଯୋଗୁଁ ଜଣେ ସୁରକ୍ଷାକର୍ମୀ ରୋଗୀଙ୍କ ରକ୍ତଚାପ ମାପିଥିବା ନେଇ ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ ପରେ ଜଣାପଡି ଥିଲା ଯେ,ଡ୍ୟୁଟିରେ ଥିବା ଡାକ୍ତର ମଧ୍ୟ ସଂପୃକ୍ତ ରୋଗୀଙ୍କ ରକ୍ତଚାପ ମାପିଥିଲେ । ତେବେ, ଏହି ସମୟରେ ସୁରକ୍ଷାକର୍ମୀ ଜଣକ ତାଙ୍କୁ ସହଯୋଗ କରିଥିଲେ ।

Comments are closed.