ବ୍ରଜମଣ୍ଡଳ ପରିକ୍ରମାରେ : ମଥୁରାର ଦର୍ଶନୀୟ ସ୍ଥାନ

କଂସ ଟିଲା : ଏହି ସ୍ଥାନରେ ଭଗବାନ ଶ୍ରୀକୃଷ୍ଣ ଦୁରାଚାରି କଂସକୁ ବଦ୍ଧ କରିଥିଲେ। ଏହିଠାରେ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ କଂସ ମଲ୍ଲ ଯୁଦ୍ଧର ଆୟୋଜନ କରିଥିଲେ। ନିଜେ ଏକ ମଞ୍ଚ ଉପରେ ବିରଜମାନ କରି କୃଷ୍ଣଙ୍କ ମୃତ୍ୟୁକୁ ଅପେକ୍ଷା କରିଥିଲେ। କିନ୍ତୁ ଶ୍ରୀକୃଷ୍ଣ ତା ଉପରକୁ ଲମ୍ଫ ପ୍ରଦାନ କରି କେଶଧରି ତାଙ୍କୁ ବଦ୍ଧ କରିଥିଲେ। କଂସର ମୃତ୍ୟୁ ସ୍ଥାନକୁ କଂସ ଟିଲା ବା କଂସ ଖାଲି କୁହାଯାଏ।

ଏହି ସ୍ଥାନରେ ଏକ ମନ୍ଦିର ରହିଛି। ମନ୍ଦିର ର ଗର୍ଭ ଗୃହରେ ଶ୍ରୀକୃଷ୍ଣ ଓ ବଳରାମ କଂସର କେଶା କର୍ଷଣ କରି ବିରାଜିତ। ଏହି କିଲ୍ଲା ପାଖରେ କଂସ ଖେଡା ନାମରେ ଗୋଟିଏ କ୍ଷୁଦ୍ର ନାଳ ରହିଛି। କୁହାଯାଏ ଭଗବାନ ଶ୍ରୀକୃଷ୍ଣ କଂସକୁ ମାରିବା ପରେ ତାକୁ ଟାଣି ଟାଣି ଆଣି ଯମୁନା ରେ ପକାଇଥିଲେ। ତାଙ୍କୁ ଟାଣି ଟାଣି ନେବା ସମୟ ରେ ତାଙ୍କ ଶରୀରର ଭାର ଦ୍ୱାରା ଏହି ନାଳ ସୃଷ୍ଟି ହୋଇଥିଲା।

ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ବିଶ୍ରାମ ସ୍ଥଳୀ : ଶ୍ରୀ ଚୈତନ୍ୟ ମହାପ୍ରଭୁ ମଥୁରା ଦର୍ଶନ କାଳରେ ଏହି ସ୍ଥାନରେ ବିଶ୍ରାମ କରିଥିଲେ।

ଶ୍ରୀଗୋପଲ ସ୍ଥାନ : ଶ୍ରୀରୁପ ଗୋସ୍ଵାମୀଙ୍କୁ ଏହି ସ୍ଥାନରେ ଶ୍ରୀ ଗୋପାଳଙ୍କ ଦର୍ଶନ ପ୍ରାପ୍ତ ହୋଇଥିଲା। ଶ୍ରୀ ବିଠଲଶ୍ୱରଙ୍କ ଘରେ ଗୁପ୍ତରେ ଶ୍ରୀ ଗୋପାଳ ଏହି ଠାରେ ତାଙ୍କ ପୁତ୍ର ରୂପରେ ଏକମାସ ରହିଥିଲେ।

ଅକ୍ରୁର ମନ୍ଦିର : ଏହାଥିଲା ଅକୄରଙ୍କ ବାସସ୍ଥାନ। ଶ୍ରୀକୃଷ୍ଣଙ୍କ ପିତୃବ୍ୟ। କଂସ ନିର୍ଦେଶରେ କୃଷ୍ଣ ବଳରାମଙ୍କୁ ମଥୁରା ଆଣିବା ବେଳେ ଅକୄର କଂସର ମନ୍ଦ ଉଦେଶ୍ୟ ସମ୍ପର୍କରେ ଆଗରୁ ଶ୍ରୀକୃଷ୍ଣ ବଳରାମଙ୍କୁ ସୂଚିତ କରାଇ ଦେଇଥିଲେ। ଅକ୍ରୁର ଥିଲେ ପରମ ଵିଷ୍ଣୁ ଭକ୍ତ।

ସପ୍ତର୍ଷି ଟିଲା : ଏହି ଟିଲାରେ ସପ୍ତର୍ଷି ଗଣ ଭଗବାନ ଶ୍ରୀକୃଷ୍ଣଙ୍କୁ ତପସ୍ୟା କରିଥିଲେ। ଏହି ସପ୍ତର୍ଷି ହେଉଛନ୍ତି ମରିଚି, ଅତ୍ରି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କୃତ ଓ ବଶିଷ୍ଠ। ଏମାନେ ସମସ୍ତେ ବ୍ରହ୍ମାଙ୍କ ମାନସ ପୁତ୍ର ଅଟନ୍ତି।। ….. କ୍ରମଶଃ

Comments are closed.