ଭାରତରେ ୧୨ ରୁ ୧୭ ବର୍ଷ ପିଲାଙ୍କ ଉପରେ ଟିକା ଟ୍ରାଏଲ୍ ପାଇଁ ଅନୁମତି ଲୋଡ଼ିଲା ଜନସନ୍ ଆଣ୍ଡ୍ ଜନସନ୍‌

ନୂଆଦିଲ୍ଲୀ: ଆମେରିକୀୟ ଔଷଧ କମ୍ପାନୀ ଜନସନ୍ ଆଣ୍ଡ୍ ଜନସନ୍ ଭାରତରେ ୧୨ରୁ ୧୭ ବର୍ଷ ବୟସର ପିଲାଙ୍କ ଉପରେ ନିଜ କୋଭିଡ୍ ଟିକାର ଟ୍ରାଏଲ୍ ପାଇଁ ଆବେଦନ କରିଛି ।
ପୂର୍ବରୁ ଜନସନ୍ ଆଣ୍ଡ ଜନସନ୍‌ର ସିଙ୍ଗଲ୍ ଡୋଜ୍ କୋଭିଡ୍ ଟିକାକୁ ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି । ହାଇଦ୍ରାବାଦ୍ ଭିତ୍ତିକ ଟିକା ନିର୍ମାତା ‘ବାୟୋଲୋଜିକାଲ-ଇ’ର ସହଭାଗିତାରେ ଜନସନ୍ ଆଣ୍ଡ୍ ଜନସନ୍ ଭାରତରେ ନିଜ କୋଭିଡ୍ ଟିକାର ବିତରଣ କରିବ ।

ଜନସନ୍ ଆଣ୍ଡ୍ ଜନସନ୍‌ର କୋଭିଡ୍ ଟିକା ହେଉଛି ଭାରତରେ ପ୍ରଥମ ସିଙ୍ଗଲ୍ ଡୋଜ୍ ଭାକ୍ସିିନ । ଭାରତରେ ସମ୍ପ୍ରତି ଟିକାକରଣରେ ବ୍ୟବହାର ହେଉଥିବା କୋଭିଶିଲ୍ଡ, କୋଭାକ୍ସିନ ଏବଂ ରୁଷ୍‌ର ସ୍ପୁଟନିକ୍‌-ଭି ଟିକାର ଦୁଇଟି୍ ଡୋଜ୍ ଦେବାକୁ ପଡ଼ିଥାଏ ।

Comments are closed.