ଜାମ୍ମୁ-କାଶ୍ମୀର ପାମ୍ପୋରରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ

ଜାମ୍ମୁ: ଜାମ୍ମୁ କାଶ୍ମୀରର ଅବନ୍ତିପୋରାର ପାମ୍ପୋର ଅଞ୍ଚଳରେ ଆଜି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜାମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଥିବା ସୂଚନା ଅନୁଯାୟୀ ସୁରକ୍ଷା ବାହିନୀ ସମ୍ପ୍ରତି ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି ଏବଂ ତଲାସୀ ଅଭିଯାନ ଜାରି ରହିଛି ।

ନିହତ ଆତଙ୍କବାଦୀ କିଏ ଏବଂ ସେମାନେ କେଉଁ ଆତଙ୍କବାଦୀ ଗୋଷ୍ଠୀର ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ଅଧିକାରୀ କହିଛନ୍ତି ଯେ ପାମ୍ପୋର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିବା ପରେ ଯବାନମାନେ ସର୍ଚ୍ଚ ଅପରେସନ୍ କରିବାକୁ ଯାଇଥିଲେ । ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ଦୃଢ ଜବାବ ଦେଇଥିଲେ ସୁରକ୍ଷା ବାହିନୀ । ସେନାର କାର୍ଯ୍ୟାନୁଷ୍ଠାନରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।
ସୁରକ୍ଷା ବାହିନୀ ଏନକାଉଣ୍ଟର ସ୍ଥାନରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସହ ବହୁ ସାମଗ୍ରୀ ଉଦ୍ଧାର କରିଛି।

Comments are closed.