ଶ୍ରମିକଙ୍କୁ ନେଇ ଯାଉଥିବା ଡମ୍ପର ଓଲଟିଲା, ୧୩ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ବୁଲଡାନା ଜିଲ୍ଲାରେ ସମୃଦ୍ଧି ରାଜପଥ ପ୍ରକଳ୍ପ କାର୍ଯ୍ୟ ପାଇଁ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଗାଡି ଓଲଟି ପଡ଼ିବାରୁ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ସିନ୍ଧଖେରା ତହସିଲର ତାଡେଗାଓଁ ନିକଟ ସମୃଦ୍ଧି ରାଜପଥରେ ଏକ ଡମ୍ପରରେ ଲୁହା ରଡ୍ ଲୋଡ୍ କରାଯାଇଥିଲା।

ପ୍ରବଳ ବର୍ଷା ଯୋଗୁଁ ଡମ୍ପରଟି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏହି କାରଣରୁ ଡମ୍ପରରେ ଥିବା ୧୬ ଜଣ ଶ୍ରମିକ ତଳେ ଦବି ହୋଇଯାଇଥିଲେ | ଘଟଣାସ୍ଥଳରେ ୮ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ଆଉ ୫ ଜଣଙ୍କ ହସ୍ପିଟାଲ ଯିବା ବାଟରେ ମୃତ୍ୟୁ ହୋଇଥିଲା।

Comments are closed.