ଆଜି ଗଞ୍ଜାମ ଜିଲ୍ଲାରୁ ‘ସ୍ମାର୍ଟ ସ୍କୁଲ୍‌’ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ୫-ଟି ହାଇସ୍କୁଲ ରୂପାନ୍ତରଣ ଯୋଜନା ଅଧୀନରେ ରୂପାନ୍ତରିତ ବିଦ୍ୟାଳୟଗୁିକର ଲୋକାର୍ପଣ ଆଜି ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡରୁ ସ୍ମାର୍ଟ ସ୍କୁଲ୍ ଲୋକାର୍ପଣ ଆରମ୍ଭ କରିବେ । ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ୍ ରୂପାନ୍ତରୀକରଣର ଉଦଘାଟନ କରିବେ । ପର୍ଯ୍ୟାୟକ୍ରମେ ବିଦ୍ୟାଳୟଗୁଡିକର ଲୋକାର୍ପଣ କରାଯିବ । ପ୍ରାଥମିକ ପର୍ଯ୍ୟାୟ ହିଞ୍ଜିଳି ଓ ଶେରଗଡର ୫୦ଟି ସ୍କୁଲରେ ସ୍ମାର୍ଟ ସ୍କୁଲ୍ କ୍ଲାସ ରୁମ କାମ ସଂପୂର୍ଣ୍ଣ ହୋଇଛି । ଏସବୁ ସ୍କୁଲର ଲୋକାର୍ପଣ ପୂର୍ବରୁ ୫-ଟି ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗସ୍ତ କରି ଭିତ୍ତିଭୂମି ତଦାରଖ କରିଥିଲେ ।

ସାରା ରାଜ୍ୟରେ ୧ ହଜାର ୭୨ଟି ସ୍କୁଲକୁ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ ଯୋଜନାରେ ସାମିଲ କରାଯାଇଛି । ଏହିସବୁ ସ୍କୁଲଗୁଡିକରେ ପିଲାଙ୍କ ପାଇଁ କଂପ୍ୟୁଟର ବ୍ୟବସ୍ଥା ସହିତ ଉନ୍ନତ ଲାବୋରେଟୋରୀ , ଲାଇବ୍ରେରୀ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ରହିଛି ।

Comments are closed.