ଆଜିଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ

ଭୁବନେଶ୍ୱର- ଆଜିଠାରୁ ଶ୍ରୀମନ୍ଦିର ସବୁ ଭକ୍ତମାନଙ୍କ ପାଇଁ ଖୋଲିଛି । ସର୍ବସାଧାରଣ ଦର୍ଶନ ଆଜିଠାରୁ ଆରମ୍ଭ ହୋଇଛି । ସକାଳ ୭ଟାରୁ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଯାଇଛି । କୋରୋନା କଟକଣା ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ଭକ୍ତ । ତିନି ମାସରୁ ଅଧିକ ସମୟ ଧରି ବନ୍ଦ ରହିଲା ପରେ ଗତ ୧୨ ତାରିଖରୁ ଖୋଲିଥିଲା ଶ୍ରୀମନ୍ଦିର । ପ୍ରଥମ ଦୁଇ ଦିନ କେବଳ ସେବାୟତଙ୍କ ପରିବାର ସଦସ୍ୟ ଦର୍ଶନ କରିଥିଲେ । ୧୬ ତାରିଖରୁ ୨୦ ତାରିଖ ଯାଏଁ କେବଳ ପୁରୀ ସହରର ଲୋକେ ଜଗା ଦର୍ଶନ କରିଥିଲେ । ଆଜିଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ପ୍ରଶାସନ ପୂର୍ବରୁ ହିଁ ନିଷ୍ପତ୍ତି ନେଇସାରିଥିଲା । ଭକ୍ତଙ୍କୁ ୯୬ ଘଣ୍ଟାର ଆରଟିପିସିଆର୍ କୋରୋନା ନେଗେଟିଭ ରିପୋର୍ଟ ବା ଦୁଇ ଡୋଜ୍ କୋରୋନା ଟିକା ନେଇଥିବାରୁ ପ୍ରମାଣପତ୍ର ଦେଖାଇବାକୁ ପଡିବ ।

Comments are closed.