ଦ୍ରୁତ ଗତିରେ ତଳମୁହାଁ ଦୈନିକ କୋରୋନା ସଂକ୍ରମଣ, ଦିନକରେ ରାଜ୍ୟରେ ନୂଆ ପଜିଟିଭଙ୍କ ସଂଖ୍ୟା ୬୨୫, ଚାରି ଜିଲ୍ଲାରେ ଶୂନ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହଜାରେ ତଳେ ହିଁ ରହୁଛି । ଦିନକରେ ଚିହ୍ନଟ ହୋଇଛନ୍ତି ୬୨୫ ନୂଆ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ କିଶୋର ଓ ଶିଶୁଙ୍କ ସଂଖ୍ୟା ରହିଛି ୮୦ । ସଙ୍ଗରୋଧରୁ ୩୬୬ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୫୯ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୪ ଓ କଟକରୁ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୫୦, ଜଗତସିଂହପୁରରୁ ୩୮, ଯାଜପୁରରୁ ୩୪, ପୁରୀରୁ ୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସମ୍ବଲପୁରରୁ ୧୮, କେନ୍ଦୁଝରରୁ ୧୮, ଅନୁଗୁଳରୁ ୧୮, ରାୟଗଡାରୁ ୧୨, କୋରାପୁଟରୁ ୧୧, ନୟାଗଡରୁ ୧୦ ନୂଆ ପଜିିଟିଭ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡାରୁ ୯, ଦେବଗଡରୁ ୯, ଭଦ୍ରକରୁ ୮, ମୟୂରଭଞ୍ଜରୁ ୭, ସୁନ୍ଦରଗଡରୁ ୬, ବରଗଡରୁ ୬, ଢେଙ୍କାନାଳରୁ ୬, ଗଞ୍ଜାମରୁ ୬, ସୁନ୍ଦରଗଡରୁ ୬, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୩, ଗଜପତିରୁ ୨, କନ୍ଧମାଳରୁ ୨,ନୂଆପଡାରୁ ୧, ମାଲକାନଗିରିରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବୌଦ୍ଧ, ବଲାଙ୍ଗୀର, ନବରଙ୍ଗପୁର ଓ ସୁବର୍ଣ୍ଣପୁର ଜିଲ୍ଲାରୁ କୌଣସି ମାମଲା ରିପୋର୍ଟ ହୋଇନାହିଁ । ରାଜ୍ୟରେ ମୋଟ ପଜିିଟିଭଙ୍କ ସଂଖ୍ୟା ୧୦ ଲକ୍ଷ ୨ ହଜାର ୩୨୩କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୬ ହଜାର ୩୩୪ ।ା ୮ ହଜାର ୪୪୩ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.