ଶ୍ରୀଜିଉଙ୍କ ବନକଲାଗି ନୀତି, ଆଜି ଅପରାହ୍ନ ୪ଟାରୁ ୮ଟା ଯାଏଁ ଦର୍ଶନ ବନ୍ଦ

ପୁରୀ – ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ । ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ମନ୍ଦିରକୁ ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ବନ୍ଦ ରଖାଯିବ । ଭାଦ୍ରବ କୃଷ୍ଣ ପକ୍ଷ ତୃତୀୟା ତିଥିରେ ହେଉଥିବା ଏହି ନୀତି ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ସଂପନ୍ନ ପରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ସଂପାଦିତ ହେବ । ଏହାର ୪ ଘଣ୍ଟା ପରେ ଦ୍ୱିତୀୟ ଭୋଗମଣ୍ଡପରେ ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର ନୀତି କରାଯିବ । ଏହି ଗୁପ୍ତ ନୀତି ପାଇଁ ଶ୍ରୀମନ୍ଦିରକୁ ୪ ଘଣ୍ଟା ବନ୍ଦ ରଖାଯିବ ।

Comments are closed.