ଶ୍ରୀକ୍ଷେତ୍ରରେ ମଣୋହି କାହାକୁ କୁହାଯାଏ ?

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରସାଦ ସମର୍ପଣ ବିଧିକୁ ମଣୋହି କୁହାଯାଇଥାଏ । ଶ୍ରୀମନ୍ଦିରରେ ମଣୋହିର ପ୍ରକାର ଭେଦ ରହିଛି ।

୧ . ଅମୃତ ମଣୋହି :

ଶ୍ରୀଜଗନ୍ନାଥଙ୍କ ପ୍ରସାଦ । ଅନ୍ୟପକ୍ଷରେ ରାଜା, ଜମିଦାର, ମଠ, ମଠାଧୀଶଙ୍କ ମାର୍ଫତ୍ ରେ ଥିବା ମହାପ୍ରଭୁଋ ଭୂସମ୍ପତ୍ତି; ଯାହା ଠାକୁରଙ୍କ ନୀତିକାନ୍ତି ତଥା ଅତିଥି, ଭକ୍ତ, ଶ୍ରଦ୍ଧାଳୁଙ୍କ ସେବାରେ ବିନିଯୋଗ ହେବା ଲାଗି ଉଦ୍ଦିଷ୍ଟ ।

୨ . ବୀର ମଣୋହି :

ଉତ୍କଳୀୟ ରାଜାମାନେ କୌଣସି ରାଜ୍ୟ ଜୟ କରିବା ପରେ ମହାପ୍ରଭୁଙ୍କୁ ସମର୍ପଣ କରି ଅଞ୍ଚଳବାସୀଙ୍କୁ ଖାଦ୍ୟପେୟରେ ଆପ୍ୟାୟିତ କରିଥାଆନ୍ତି । ବୀରତ୍ୱର ସହ ରାଜ୍ୟ ଜୟ କରି ମହାପ୍ରଭୁଙ୍କୁ ସମର୍ପଣ ହୋଇଥିବାରୁ, ଏହି ଉପଲକ୍ଷେ ବୀର ମଣୋହି ଶ୍ରୀଜିଉଙ୍କୁ ସମର୍ପିତ ହୁଏ ।

୩ . ସର୍ପା ମଣୋହି :

ସମର୍ପିତ ମଣୋହି ବା ନୈବେଦ୍ୟ ଅପଭ୍ରଂଶ ହୋଇ ସର୍ପା ମଣୋହି ହୋଇଛି । ଜଗମୋହନରେ ଗୋପାଳ ବଲ୍ଲଭଠାରୁ ପହଡ଼ ପର୍ଯ୍ୟନ୍ତ, ରଥ ଉପରେ, ଗୁଣ୍ଡିଚା ମନ୍ଦିରରେ ଠାକୁର ଥିବା ବେଳେ ନୈବେଦ୍ୟକୁ ସର୍ପା ମଣୋହି କୁହାଯାଏ ।

୪ . ଚକ୍ର ମଣୋହି :

ଉତ୍କଳୀୟମାନେ ନୀଳଚକ୍ରକୁ ଜଗନ୍ନାଥଙ୍କ ତୁଲ୍ୟ ସମ୍ମାନ ଦିଅନ୍ତି । ତେଣୁ ଏହାକୁ ମଧ୍ୟ ପ୍ରସାଦ ସମର୍ପଣ କରାଯାଏ, ଯାହାକୁ ଚକ୍ର ମଣୋହି କୁହାଯାଏ । ନୀଳଚକ୍ର ଦିଶୁଥିବା ସ୍ଥାନ ପର୍ଯ୍ୟନ୍ତ ମଣୋହି ବା ପ୍ରସାଦ ସମର୍ପଣ ହେବାର ବିଧି ଅଛି ।

Comments are closed.