ପୁରୀର ଏମାର ମଠ ଓ ଶ୍ରୀ ରାମାନୁଜାଚାର୍ଯ୍ୟ

ବୈଷ୍ଣବ ଶ୍ରୀ ସମ୍ପ୍ରଦାୟର ସଂସ୍ଥାପକ ଆଚାର୍ଯ୍ୟ ଥିଲେ ଶ୍ରୀରାମାନୁଜାଚାର୍ଯ୍ୟ । ଶ୍ରୀରାମାନୁଜାଚାର୍ଯ୍ୟ ( ଖ୍ରୀ 1017 ରୁ 1137 ) ବୈଷ୍ଣବ ବିଶିଷ୍ଟାଦ୍ୱୈତ ବାଦର ପ୍ରବର୍ତ୍ତକ । ଖ୍ରୀ 1017 ରେ ଶ୍ରୀ ରାମାନୁଜ ପେରୁମ୍ବୁଦୁର ସହରରେ ଜନ୍ମ ଗ୍ରହଣ କରିଥିଲେ। ସେ ଭାରତର ବିଭିନ୍ନ ମନ୍ଦିର ଓ ତୀର୍ଥ ପର୍ଯ୍ୟଟନ କରି ବୈଷ୍ଣବ ଧର୍ମଧାରା ପ୍ରଚାର କରିଥିଲେ । ବେଦର ସାରାଂଶ ଉପରେ “ବେଦାନ୍ତ ସଂଗ୍ରହ “, ବ୍ରହ୍ମସୂତ୍ରର “ଶ୍ରୀ ଭାଷ୍ୟ “, ଭଗବତ ଗୀତା ଭାଷ୍ୟ, ବେଦାନ୍ତ ଦୀପିକା, ବେଦାନ୍ତ ସାର, ଶରଣାଗତି ଗଦ୍ୟମ୍ , ଶ୍ରୀରଙ୍ଗ ଗଦ୍ୟମ୍, ଶ୍ରୀ ବୈକୁଣ୍ଠ ଗଦ୍ୟମ୍, ଶ୍ରୀ ନିତ୍ୟ ଗ୍ରନ୍ଥମ୍ ଏହିପରି ମୋଟ ୯ଟି ଗ୍ରନ୍ଥ ରଚନା କରି ବୈଷ୍ଣବ ଶ୍ରୀ ସମ୍ପ୍ରଦାୟର ମୂଳଭିତ୍ତି ସ୍ଥାପନ କରିଥିଲେ ।

ଶ୍ରୀରଙ୍ଗ ମନ୍ଦିରରେ ରାମାନୁଜ ଜୀବନର ଅନ୍ତିମ ସମୟ ଅତିବାହିତ କରିଥିଲେ । ଏଠାରେ ରଙ୍ଗନାଥ ସ୍ୱାମୀଙ୍କ ମନ୍ଦିର ପରିସରରେ ଏକ ପୃଥକ ରାମାନୁଜ ମନ୍ଦିର ରହିଛି ।

ରାମାନୁଜ ଗଙ୍ଗ ନରପତି ଚୋଳଗଙ୍ଗଙ୍କର ପାରିବାରିକ ଆଧ୍ୟାତ୍ମିକ ଗୁରୁ । ସେ ପୁରୀ ରେ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଏମାର ମଠ ସ୍ଥାପନ କରି ସେଠାରେ ଅବସ୍ଥାନ କରୁଥିଲେ ।ଜଗନ୍ନାଥଙ୍କ ମନ୍ଦିର ଦଧିନଉତି ଅଁଳା ବେଢାରେ ସେ ବୈଷ୍ଣବ ତିଳକ ରାମାନନ୍ଦୀ ଟୀକା ଲଗାଇଥିଲେ ।

ଦକ୍ଷିଣାତ୍ୟର ଅନେକ ବିଷ୍ଣୁ ମନ୍ଦିରରେ ରାମାନୁଜଙ୍କ ପ୍ରତିଷ୍ଠିତ ବୈଷ୍ଣବ ଶ୍ରୀ ସମ୍ପ୍ରଦାୟର ଅଖଣ୍ଡ ପ୍ରଭାବ ରହିଛି ।

ପୁରୀର ଏମାର ମଠ ଶ୍ରୀଜଗନ୍ନାଥ ମନ୍ଦିରର ଅନେକ ନୀତିକାନ୍ତି ସହିତ ଜଡିତ। ପୂର୍ବେ ଏହିମଠ ଓଡ଼ିଶାର ଏକ ରୁଦ୍ଧମନ୍ତ ମଠ ଭାବରେ ପରିଚିତ ଥିଲା। ଅନେକ ବିଦ୍ୟାର୍ଥୀ ଏଠାରେ ନିଶୁଳ୍କ ବିଦ୍ୟା ଅଧ୍ୟୟନ କରୁଥିଲେ। ଏମାର ମଠ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଶାର ସର୍ଵ ପୁରାତନ ପାଠାଗାର ଶ୍ରୀ ରଘୁନନ୍ଦନ ପାଠାଗାର ଓଡିଶା ପାଠାଗାର ଆନ୍ଦୋଳନର ଏକ ପ୍ରମୁଖ ମାର୍ଗଦର୍ଶକ ଅଟେ ।

Comments are closed.