ଇ-ଯାନ ନୀତି ସହ ୧୪ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର – ରାଜ୍ୟ କ୍ୟାବିନେଟ ବୈଠକରେ ଇ-ଯାନ ନୀତି ସଂପର୍କିତ ପ୍ରସ୍ତାବ ସହ ୧୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଓଡିଶା ଆଦର୍ଶ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଦାୟିତ୍ୱ ବ୍ଲକକୁ ଦିଆଯାଇଛି । ଓଡିଶା ବାଲି ଖାଦାନ ନୀତିକୁ ମଧ୍ୟ ଅନୁମୋଦନ ମିଳିଛି । ବାଲି ଖାଦାନକୁ ଅଧିକ ବ୍ୟବସ୍ଥିତ କରିବାକୁ ନିୟମ ଆସିବ । ଇ-ଯାନ ନୀତିରେ ବି ବାଜିଛି କ୍ୟାବିନେଟ ମୋହର । ଇ-ଯାନ କିଣିଲେ ଗ୍ରାହକଙ୍କୁ ରାଜ୍ୟ ସରକାର ରିହାତି ଦେବେ । ୨୦୨୫ ସୁଦ୍ଧା ଇ-ଯାନ ସଂଖ୍ୟା ୨୦ ପ୍ରତିଶତକୁ ବୃଦ୍ଧି କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Comments are closed.