୯୦ ପ୍ରତିଶତ ଶିଶୁ ହୋମ ଆଇସୋଲେସନରେ ଭଲ ହେଉଛନ୍ତି : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- କୋରୋନା ସଂକ୍ରମଣ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ, ୯୦ ପ୍ରତିଶତ ଶିଶୁ ହୋମ ଆଇସୋଲେସନରେ ଭଲ ହେଉଛନ୍ତି । କୋରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞ କହିଛନ୍ତି । ସେ ଦୃଷ୍ଟିରୁ ସବୁ ବ୍ୟବସ୍ଥା କରାଯାଇଛି । ଶିଶୁ ସଂକ୍ରମଣ ହ୍ରାସ ପାଇଁ ସର୍ଭେଲାନ୍ସ ସହ ଚିକିତ୍ସା ବ୍ୟବସ୍ଥା ଜାରି ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସେ କହିଛନ୍ତି ଯେ, କେରଳର ସଂକ୍ରମଣକୁ ତୃତୀୟ ଲହର ବୋଲି କୁହାଯାଇପାରିବ । ଆମ ରାଜ୍ୟରେ ସଂକ୍ରମଣ ନ ବଢିବା ପାଇଁ ସର୍ଭେଲାନ୍ସ ଜାରି ରହିଛି । ଓନମ ପର୍ବ ପାଳନ ଯୋଗୁଁ କେରଳରେ ସଂକ୍ରମଣ ବଢିଲା । ଆମେ ସେଥିରୁ କିଛି ଶିଖିବା ଦରକାର ବୋଲି ସେ କହିଛନ୍ତି ।

Comments are closed.